ଭୁବନେଶ୍ବର ୨୧/୦୪ : ଓଡ଼ିଶା ମେଡିକାଲ ଆସୋସିଏସନ (ଓଏମଏସଏ) ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ସାତ-ଦଫା ଦାବିପତ୍ର ପୂରଣ ନକଲେ କାର୍ଯ୍ୟ ବର୍ଜନ ଏବଂ ଗଣ ଇସ୍ତଫା ଦେବାକୁ ଧମକ ଦେଇଛି। ଓଏମଏସଏ ରବିବାର ରାଜଧାନୀରେ ଏହାର ସାଧାରଣ ସଭା ଅନୁଷ୍ଠିତ କରିବା ପରେ ଏହି ଘୋଷଣା କରିଛି।ଡାକ୍ତରମାନଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ମୋହନ ସରକାର। ଯାହାକୁ ନେଇ ଆଜି ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍(ଓମସା) ସମୂହ ଇସ୍ତଫା ଦେବାକୁ ଧମକ ଦେଇଛି। ଓମସା ପକ୍ଷରୁ ଆଜି ଭୁବନେଶ୍ବରରେ ବିଶାଳ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍ ସରକାରଙ୍କ ଉପରେ ବର୍ଷିଥିଲା। ସରକାର ସେମାନଙ୍କ ସହ ପ୍ରତାରଣା କରିଛନ୍ତି। ଯେଉଁଥି ପାଇଁ ସେମାନେ ଆଗାମୀ ଦିନରେ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇବେ, ଦରକାର ପଡିଲେ ଡାକ୍ତରମାନେ ସମୂହ ଇସ୍ତଫା ଦେବେ ବୋଲି ମଧ୍ୟ ଓମସା ପକ୍ଷରୁ କୁହାଯାଇଛି।ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍(ଓମସା) ପକ୍ଷରୁ କୁହାଯାଇଛି ଯେ ସରକାର ଓମସା ସହ ଆଲୋଚନାକୁ ଆସୁ ନାହାଁନ୍ତି। ରାଜ୍ୟରେ କାର୍ଯ୍ୟରତ ଡାକ୍ତରମାନଙ୍କର ୭ ଦଫା ଦାବି ନେଇ ସରକାରଙ୍କୁ ଜଣାଯିବା ପରେ ସରକାର ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଥିଲେ ବି ଆଲୋଚନା କରୁନାହାନ୍ତି। ଓମସା ସଦସ୍ୟମାନେ ରାଜ୍ୟରେ ଡାଇନାମିକ୍ ଆସୁର୍ଡ କ୍ୟାରିଅର୍ ପ୍ରୋଗ୍ରେସନ୍ (ଡିଏସିପି) କାର୍ୟ୍ୟକାରୀ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଯେତେବେଳେ କି ଅତି କମରେ ଦେଶର ୧୮ଟି ରାଜ୍ୟ ସରକାରୀ ହସ୍ପିଟାଲରେ ସେବା କରୁଥିବା ଡାକ୍ତରମାନଙ୍କ ପାଇଁ ଡିଏସିପି ଲାଗୁ କରିସାରିଛନ୍ତି ସରକାର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |