ଡାବୁଗାଁ ରେ ବିଦ୍ୟୁତ କାଟ ହେଲେ ଅନ୍ଧାରରେ ରହୁଛି ଥାନା

ନବରଙ୍ଗପୁର ( ମିହିର ଶଙ୍କର ପାତ୍ର), ୨୧ା୪:ନବରଙ୍ଗପୁର ଜିଲ୍ଲା ଅଧୀନ ଡାବୁଗାଁ ଥାନା ଅଞ୍ଚଳରେ ବିଦ୍ୟୁତ କାଟ ହେଲେ ଅନ୍ଧକାରରେ ରହୁଛି ଥାନା | ବିନା ବିଦ୍ୟୁତ ଆଲୁଅରେ କାର୍ଯ୍ୟ କରୁଛନ୍ତି କର୍ମଚାରୀ | ବିଭାଗକୁ ଜଣାଇବା ପରେ ବି ହେଉନି ମରାମତି | ଦୀର୍ଘ ଦିନ ଧରି ଥାନା ର ଇନଭର୍ଟର ମରାମତି ହେଉନଥିବାରୁ ଏପରି ଅବସ୍ଥା ହୋଇଥିବା ଦେଖିବାକୁ ମିଳିଛି | ବର୍ତମାନ ସମସ୍ତ କାର୍ଯ୍ୟ କମ୍ପ୍ୟୁଟରୀକରଣ ସହ ଅନଲାଇନରେ ହେଉଥିବା ବେଳେ କର୍ମଚାରୀ ମାନଙ୍କୁ ଏଥି ଲାଗି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି | କାଳ ବୈଶାଖୀ ଯୋଗୁଁ ପ୍ରାୟ ଦିନ ବର୍ଷା ପଵନ ଦେଖି ବିଦ୍ୟୁତ କାଟ କରାଯାଉଛି | ବିଦ୍ୟୁତ ନ ଥିଲେ ଥାନାର କୌଣସି କାର୍ଯ୍ୟ ହୋଇପାରୁନଥିବା ବେଳେ ଥାନାକୁ ଯାଉଥିବା ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି | ବର୍ତ୍ତମାନ କାଳ ବୈଶାଖୀ କାରଣରୁ ପ୍ରତିଦିନ ସନ୍ଧ୍ୟାରେ ବିଦ୍ୟୁତ କଟିଯାଉଥିବାରୁ ଥାନା ଅନ୍ଧକାରରେ ରହୁଛି | ବିଭିନ୍ନ କାରଣରୁ ଅଭିଯୋଗ ନେଇ ଥାନାକୁ ଆସୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କାରଣ ଥାନାର ବାମ ପଟକୁ ଲାଗି ଜଙ୍ଗଲ ଏବଂ ଡାହାଣ ଓ ପଛ ପଟେ ରହିଛି ଚାଷ ଜମି ସେଠାରୁ ବିଷାକ୍ତ ସାପ ମଧ୍ୟ ଥାନା ପରିସରକୁ ଚାଲି ଆସୁଛନ୍ତି | ଯାହାକି ଥାନା ପରିସର ଅନ୍ଧାର ରହୁଥିବାରୁ ଲୋକଙ୍କୁ ସାପ ଙ୍କ ଭୟ ମଧ୍ୟ ରହୁଛି | ଏନେଇ ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ରଙ୍କୁ ପଚାରିବାରୁ ଏନେଇ ଉପରିସ୍ଥ କର୍ତ୍ତୁପକ୍ଷଙ୍କୁ ଜଣାଇଥିବା କହିଛନ୍ତି | ତେବେ କେବେ ଏହାର ସମାଧାନ ହେବ, ଲୋକେ ଥାନାକୁ ଆସିବା ବିପଦ ମୁକ୍ତ ହେବେ, ତାହା ଦେଖିବାକୁ ବାକି ରହିଲା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!