ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ ମହାସ୍ନାନ

ପୁରୀ,୨୧ା୪ : ମହାପ୍ରଭୁଙ୍କ ମହାସ୍ନାନ।ଆଜି ମହାପ୍ରଭୁଙ୍କୁ ପଇତା ଲାଗି ନୀତି ହୋଇଥାନ୍ତା। ଏଥିପାଇଁ ସର୍ବ ସାଧାରଣ ଦର୍ଶନ ସନ୍ଧ୍ୟା ୫ଟାରୁ ରାତି ୧୦ ଟାଯାଏଁ ସାଧାରଣ ଦର୍ଶନ ବନ୍ଦ ରହିଥାନ୍ତା। ହେଲେ ମହାସ୍ନାନ ପାଇଁ ନୀତି ବିଳମ୍ବ ହେବା ଯୋଗୁ ସନ୍ଧ୍ୟା ୬ଟାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ  ବୋଲି ଜଣାଯାଇଛି।  ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଛି। ସକାଳେ ଶ୍ରୀବିଗ୍ରହଙ୍କ ଅବକାଶ ନୀତି ପରେ ବେଶ ହେଉଥିବାବେଳେ ଭିତରକାଠ ନିକଟରେ ଜଣେ ବ୍ୟକ୍ତିଙ୍କ ଗୋଡରେ କାଚ ପଶି ଯାଇଥିଲା। ଫଳରେ ତାଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତସ୍ରାବ ହୋଇଥିଲା। ଏଣୁ ବିଧି ମୁତାବକ ମହାପ୍ରଭୁଙ୍କର ମହାସ୍ନାନ କରାଯାଇଥିଲା। ଏହି ସମୟରେ କିଛି ସମୟ ପାଇଁ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିଥିଲା। ମହାସ୍ନାନ ହେବା ପରେ ପୁର୍ନବାର ଦର୍ଶନ ସ୍ଵାଭାବିକ ହୋଇଥିଲା।  ଆଜି ବୈଶାଖ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!