କଟକ,୨୦ା୪: ଫୁଟବଲ ଆସୋସିଏସନ୍ ଅଫ୍ ଓଡିଶାର ନୂଆ ସଭାପତି ଭାବେ ଦାୟିତ୍ଵ ନେଲେ ଵିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। ଦାୟିତ୍ଵ ନେଵା ସହ ପୂର୍ବରୁ ଯେଉଁ ମାନେ ଫୁଟବଲ ଆସୋସିଏସନ୍ ର ଦାୟିତ୍ୱରେ ଥିଲେ ସେମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଵା ସହ ଅନୁଭଵି ମାନଙ୍କ ଅନୁଭବକୁ ନେଇ ଓଡିଶା ଫୁଟଵଲକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଵାର ପ୍ରୟାସ କରିବେ ବୋଲି କହିଛନ୍ତି ଟଙ୍କଧର। ସେପଟେ ଏବେ ସବୁ କ୍ରୀଡା ସଙ୍ଗଠନରୁ ଵିଜେଡି ହଟି ଵିଜେପି ନେତା ମାନେ ଦାୟିତ୍ଵ ନେଉଥିବା ସମ୍ପର୍କରେ ପ୍ରତିକ୍ରିୟା ରଖି ଫାଓ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି କ୍ରୀଡା ସଙ୍ଗଠନ ସରକାରଙ୍କ ସହ ରହିଲେ ହିଁ କ୍ରୀଡାର ଉନ୍ନତି ହେବ।ଆଜି ଵାରଵାଟୀକୁ ଆସି ବିଧିବଦ୍ଧ ଭାବେ ଟଙ୍କଧର ଫାଓ ସଭାପତି ପଦ ଗ୍ରହଣ କରିଛନ୍ତି। ଦାୟିତ୍ଵ ଗ୍ରହଣ କରିଵା ସହ ଟଙ୍କଧର ପୂର୍ବରୁ ଫାଓ ଦାୟିତ୍ବରେ ଯେଉଁ ମାନେ ଥିଲେ, ସେମାନେ ଓଡିଶା ଫୁଟଵଲର ଉନ୍ନତି ପାଇଁ ଅନେକ କିଛି କରିଛନ୍ତି ଵୋଲି ମତ ରଖିଛନ୍ତି ଟଙ୍କଧର।ପୂର୍ଵ କର୍ମକର୍ତ୍ତା ମାନେ ଯେଉଁ କାମ ଅଧୁରା ଛାଡି ଯାଇଛନ୍ତି, ତାକୁ ଆଗକୁ ବଢାଇଵା ତାଙ୍କର ଦାୟିତ୍ଵ ବୋଲି କହିଛନ୍ତି ଟଙ୍କଧର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |