ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ

ଶ୍ରୀନଗର,୨୦ା୪: ଲଗାଣ ବର୍ଷା ଯୋଗୁ ଜମ୍ମୁରେ ରବିବାର ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଫଳରେ ୩ ଜଣଙ୍କ ଜୀବନ ଚାଲିଯାଇଛି। ରାମବନ ଜିଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଏକ ଅଂଶୁ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଯାହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।ଜମ୍ମୁ-କାଶ୍ମୀରର ରାମବନ ଅଞ୍ଚଳରେ ଶନିବାର ରାତିରେ କୁଆପଥର ବର୍ଷା, ପବନ ଓ ଭୂସ୍ଖଳନ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକଙ୍କ ଘଣ ତଥା ଧନ ସମ୍ପତ୍ତି ନଷ୍ଟ ହୋଇଛି। ଜାତୀୟ ରାଜପଥ ଅବରୋଧ ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ପଥର, କାଦୁଅ ଏବଂ ଭଗ୍ନାବଶେଷର ଏକ ଘନସ୍ତର ତଳେ ପୋତି ହୋଇଯାଇଛି ରାଜପଥ, ଫଳରେ ଶହଶହ ଯାନବାହନ ଏବଂ ମାଲବାହୀ ଗାଡ଼ି ଫସି ରହିଛି। ଅନେକ ଘରର ଛାତ ଭୁଶୁଡ଼ି ରାସ୍ତାରେ ଏହାର ଭଗ୍ନାବଶେଷ ପଡ଼ିଛି। ରାମବନରେ ବର୍ଷା ଯୋଗୁ ଭୂସ୍ଖଳନ ହୋଇଥିଲା, ଅନେକ ଯାନ ଗଭୀର ଗର୍ତ୍ତରେ ଖସି ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ମାଟିତଳେ ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!