ଏସଏସସି ପରୀକ୍ଷାରେ ବାଧ୍ୟତାମୂଳକ ହେବ ଆଧାର କାର୍ଡର ଯାଞ୍ଚ

ନୂଆଦିଲ୍ଲୀ,୨୦ା୪: କର୍ମଚାରୀ ଚୟନ ଆୟୋଗ(ଏସଏସସି) ମଧ୍ୟ ଆଧାରକାର୍ଡ ଭେରିଫିକେସନକୁ ବାଧ୍ୟତାମୂଳକ କରିବାର ନିଷ୍ପତ୍ତି ନେଇଛି। ୟୁନିୟନ ପବ୍ଲିକ ସର୍ଭିସ କମିଶନ ଏବଂ ରେଲୱେ ନିଯୁକ୍ତି ବୋର୍ଡ ପରେ ବର୍ତ୍ତମାନ ଏସଏସସି ମଧ୍ୟ ଏହି ପଦକ୍ଷେପ ଗ୍ରହଣ କରିଛି। ବର୍ତ୍ତମାନ ପ୍ରାର୍ଥୀମାନଙ୍କୁ ଏସଏସସିର ପରୀକ୍ଷାଗୁଡ଼ିକ ପାଇଁ ଅନଲାଇନ ରେଜିଷ୍ଟ୍ରେସନ କରିବାର ସମୟ ଏବଂ ପରୀକ୍ଷା ପାଇଁ ଫର୍ମ ଭରିବାର ସମୟରେ ଆଧାର ଭେରିଫିକେସନ କରିବାକୁ ପଡିବ।ଏଥିସହ ପରୀକ୍ଷା ଦିନ ମଧ୍ୟ ସେଣ୍ଟରରେ ଆଧାର ଜରିଆରେ ନିଜ ପରିଚୟ ଆଇଡିଏଣ୍ଟିଫାଏ କରିବାର ସୁଯୋଗ ମିଳିବ।ଭାରତ ସରକାର ଷ୍ଟାଫ ସିଲେକ୍ସନ କମିଶନକୁ ରେଜିଷ୍ଟ୍ରେସନ ଏବଂ ପରୀକ୍ଷାଗୁଡ଼ିକୁ ଭିନ୍ନ-ଭିନ୍ନ ଫେଜରେ ଆପ୍ଲିକାଣ୍ଟର ପରିଚୟ ଭେରିଫାଏ କରିବା ଲାଗି ଆଧାର ଭେରିଫିକେସନ ବାଧ୍ୟତାମୂଳକ କରିବାକୁ ମଞ୍ଜୁରୀ ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!