ରାଜ୍ୟରେ ଉଦଘାଟିତ ହେଲା ‘ଖେଲୋ ଇଣ୍ଡିଆ’ ସେଣ୍ଟର

ଭୁବନେଶ୍ୱର,୨୦।୪: ରାଜ୍ୟରେ ଉଦଘାଟିତ ହେଲା ‘ଖେଲୋ ଇଣ୍ଡିଆ’ ସେଣ୍ଟର। ସେଣ୍ଟର ଗୁଡ଼ିକରେ ବାର୍ଷିକ ୫ ଲକ୍ଷ ଟଙ୍କା ବ୍ୟୟ କରାଯିବ। ୩୦ଟି ଜିଲ୍ଲାର ୩୦ଟି ସ୍କୁଲରେ ‘ଖେଲୋ ଇଣ୍ଡିଆ’ ସେଣ୍ଟରର ଉଦଘାଟନ କରାଯାଇଛି।ଏଣିକି କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଏନେଇ ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ। ସୂରଜ କହିଛନ୍ତି ପ୍ରତି ସେଣ୍ଟର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଅଲିମ୍ପିକ୍ସ ଖେଳକୁ ପ୍ରୋତ୍ସାହନ ମିଳିବ। ଫୁଟବଲ, ଖୋ ଖୋ, ଯୋଗାସନ ବି ରହିବ। ଯେଉଁ ଜିଲ୍ଲାର ଯେଉଁ ଖେଳ ଅଛି ତାକୁ ଗୁରୁତ୍ଵ ଦିଆଯିବ। ରାଜ୍ୟ ସ୍ତରୀୟ, ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୂର୍ବତନ ଖେଳାଳୀମାନେ କୋଚ୍ ରହିବେ।ଏହି ସେଣ୍ଟର ଗୁଡ଼ିକ ତୃଣମୂଳ ସ୍ତରରୁ ପ୍ରଶିକ୍ଷଣ ଦେବା କାମ କରିବେ। ଯେଉଁଠି ସେଣ୍ଟର ଅଛି ପୂର୍ବରୁ ସେଠାରେ ଭିତ୍ତିଭୂମି ରହିଛି। ଖେଳାଳି କ୍ରୀଡ଼ାକୁ କ୍ୟାରିଅର କରିପାରିବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ସହଯୋଗରେ ଏହି ୩୦ଟି ସେଣ୍ଟର ଖୋଲାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!