ନବରଙ୍ଗପୁର( ମିହିର ସଙ୍କର ପାତ୍ର),୨୦।୪ ପାପଡା ହାଣ୍ଡି ବ୍ଲକ ର ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଵାଵୁଲାଲ ସାଗର ତରଫରୁ ଗଣଶିକ୍ଷା ଵିଭାଗର ନିର୍ଦ୍ଦେଶନାମା ପ୍ରକାରରେ ଆଜି ଶନିବାର ତା-19-4-2025 ରିଖରେ ଅଭିଭାବକ ଓ ଶିକ୍ଷକ ବୈଠକରେ ସଫଳତାର ରୂପ ରେଖ ପ୍ରଦାନ ପାଇଁ ସି.ଆର .ସି.ସି .ବାବୁଲାଲ ସାଗର ବିଭିନ୍ନ ବିଦ୍ୟାଳୟ ଯଥା ସରକାର ପ୍ରାଥମିକ ବିଦ୍ୟାଳୟ, ଡୁମୁରିପଦର,ଭଇରା ପୂଜାରୀ ଗୁଡ଼ା, ପାଇକ କତରା ଓ ଉସିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଯୋଗଦାନ କରି ପ୍ରଧାନ ଶିକ୍ଷକ ଉପସ୍ଥିତିରେ ପିଲାର ଅଭିଭାବକ,ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟଙ୍କ ଉପସ୍ଥିତିରେ ଏବର୍ଷର ପ୍ରଥମ ପି.ଟି.ଏମ.ବୈଠକ ପରିଚାଳନା ଏଜେଣ୍ଡା ଆଧାରରେ ସମସ୍ତଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ ,ହ୍ବାଟସ ଅପ ଗ୍ରୁପ ଗଠନ କରି ପିଲାକୁ ଶିକ୍ଷାକ୍ଷେତ୍ରରେ ଅଗ୍ରଗତି ପାଇଁ ପ୍ରୟାସ, ଅଂଶୁଘାତ ରୁ ସୁରକ୍ଷା, ସମାପ୍ତି ସୂଚ଼କ ଆକଳନ-2,ଶୈକ୍ଷିକ କ୍ୟାଲେଣ୍ଡର, ପି.ଏମ. ପୋଷଣ.,ପୁସ୍ତକ ବଣ୍ଟନ, ବିଦ୍ୟାଳୟରେ ପିଲାମାନଙ୍କ ଶିକ୍ଷାର ଉନ୍ନତି ପାଇଁ ଅଭିଭାବକ ର ସହଯୋଗ କାମନା ସହ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟ ତରଫରୁ 750 ଟଙ୍କା ବିନିଯୋଗ ରେ ପୋଷ୍ଟର ,ଟିଫିନ୍, ବୈଠକ ପରିଚ଼ାଳନାର ଓ.ସେ.ପା.ପତ୍ରର ପ୍ରିଣ୍ଟ ପେପର ସହ ଆଲୋଚନା କରିଥିଲେ।ଵିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଛାତ୍ରଛାତ୍ରୀଙ୍କ ଅଭିଭାବକ ସହ ସି.ଆର.ସି.ସି.ଯୋଡ଼ି ହୋଇ ଥିଲେ।ପାଇକ କତରା ବୈଠକରେ ପିଲାର ମାଆ ତିନି ମାସର ସନ୍ତାନ ସହ ବୈଠକରେ ଯୋଗଦାନ କରି ପି.ଟି.ଏମ. ବୈଠକ ପାଇଁ ପ୍ରେରଣା ସାଜିଥିଲେ। ସି .ଆର. ସି. ସି. ବାବୁଲାଲ ସାଗର ତରଫରୁ ବାର୍ତ୍ତାଳାପରେ ମାଆଟି ପାଖରୁ ମୋ ପୁଅର ପାଠ ପଢାର ଅଗ୍ରଗତି ପାଇଁ ବୈଠକରେ ଯୋଗଦାନ ର ମତ ଦେଇଥିଲେ । ଅଭିଭାବକ ଓ ଶିକ୍ଷକ ବୈଠକରେ ସଫଳତାର ରୂପରେଖ ଦେବା ପ୍ରୟାସ ସି.ଆର.ସି.ସି .ର ଵିଭିନ ବିଦ୍ୟାଳୟ ପରିଦର୍ଶନ ଓ ସଚେତନତା ବାର୍ତ୍ତା ପାଇଁ ଶିକ୍ଷକ ,ଅଭିଭାବକ,ଵୁଦ୍ଧିଜୀବି ମହଲରେ ଏଭଳି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |