ଝାରସୁଡ଼ା ତାତି ୧୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି, ଝାରସୁଗୁଡ଼ା ଜିଲ୍ଲାରେ ସ୍କୁୂଲ ଛୁଟି

ଭୁବନେଶ୍ୱର,୨୨।୪: ଓଡ଼ିଶାରେ ଅସହ୍ୟ ଗରମ ଓ ତାତି ଜନିତ ପରିସ୍ଥିତି ମଧ୍ୟରେ ଝାରସୁଗୁଡ଼ା ଜିଲାରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ଛୁଇଁଛି। ଝାରସୁଗୁଡ଼ାରେ ପାରଦ ଉପରମୁହାଁ। ଆଜି ରାଜ୍ୟର ସବୁଠାରୁ ଉତପ୍ତ ସହର ପାଲଟିଛି ଝାରସୁଗୁଡ଼ା ସହର। ଆଜି ଝାରସୁଗୁଡ଼ାରେ ୪୬. ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ୪୬ ଡିଗ୍ରୀ ପାର କରିଛି। ଏପ୍ରିଲ ମାସର ଝାରସୁଡ଼ା ତାତି ୧୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି।୨୦୧୦ ଏପ୍ରିଲ ୨୦ରେ ଝାରସୁଗୁଡ଼ା ତାତି ୪୬.୧ ଡିଗ୍ରୀ ରହିଥିଲା। ବଢ଼ୁଥିବା ତାତିକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାରେ ସ୍କୁଳ ଛୁଟି ଘୋଷଣା କରାଯାଇଛି।ଝାରସୁଗୁଡ଼ା ଜିଲ୍ଲାରେ ସ୍କୁୂଲ ଛୁଟି । ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନେଲେ ଜିଲ୍ଲାପାଳ ।୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ।ପଶ୍ଚିମ ଓଡ଼ିଶାରେ ଆଜି ଦିନର ତାପମାତ୍ରା ୪୪ ଡିଗ୍ରୀ ପାର୍ କରିଥିଲା । ଆଗାମୀ ଦିନରେ ତାପମାତ୍ରାର ବଢ଼ିବା ନେଇ ଆଶଙ୍କା କରାଯାଉଥିବାବେଳେ ଜିଲ୍ଲାପାଳ ଜିଲ୍ଲାର ସବୁ ସ୍କୁଲ ବନ୍ଦ କରାଯିବାର ନିଷ୍ପତ୍ତି ନେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!