ନୂଆଦିଲ୍ଲୀ,୨୨।୪: ସୁନାର ସର୍ବକାଳୀନ ରେକର୍ଡ। ଦିନକରେ ୩ ହଜାର ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିଛି। ବର୍ତ୍ତମାନ ୨୪ କ୍ୟାରେଟ ସୁନା ୧ ଲକ୍ଷ ୧ହଜାର ୩୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ଦର ୯୨ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବଜାରରେ ଅନିଶ୍ଚିତତା ଯୋଗୁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ସମେତ ସମସ୍ତ ପ୍ରମୁଖ ସହରରେ ୨୪ କ୍ୟାରେଟ ସୁନା ମୂଲ୍ୟ ଗ୍ରାମକୁ ୧୦,୦୦୦ ଟଙ୍କାରୁ ଅଧିକ ହୋଇଛି।୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୧,୦୧,୩୫୦ ଟଙ୍କାକୁ ବୃଦ୍ଧି ପାଇଛି। ଗତକାଲି ଏହା ୯୮,୩୫୦ ଟଙ୍କା ଥିଲା । ଦିନକରେ ୩,୦୦୦ ଟଙ୍କା ଦାମ୍ ବୃଦ୍ଧି ପାଇଛି।୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୨,୯୦୦ ରହିଛି । ଗତକାଲି ଏହା ୯୦,୧୫୦ ଟଙ୍କା ରହିଛି । ଦିନରେ ଏହା ୨,୭୫୦ ଟଙ୍କା ବୃଦ୍ଧି ପାଇଛି।
ବିଭିନ୍ନ ଭାରତୀୟ ସହରରେ ୧ ଗ୍ରାମ (୨୪ କ୍ୟାରେଟ) ସୁନାର ମୂଲ୍ୟ:
ଦିଲ୍ଲୀ: ୧୦,୧୫୦ ଟଙ୍କା
ନୋଏଡା: ୧୦,୧୩୫ ଟଙ୍କା
ଗୁରୁଗ୍ରାମ: ୧୦,୧୩୫ ଟଙ୍କା
ମୁମ୍ବାଇ: ୧୦,୧୩୫ ଟଙ୍କା
ଚେନ୍ନାଇ: ୧୦,୧୩୫ ଟଙ୍କା
ବେଙ୍ଗାଲୁରୁ: ୧୦,୧୩୫ ଟଙ୍କା
କୋଲକାତା: ୧୦,୧୩୫ ଟଙ୍କା
ଦୀର୍ଘ ଦିନ ଧରି ଧନର ପ୍ରତୀକ ହୋଇଆସିଥିବା ସୁନା ଭାରତରେ ସାଂସ୍କୃତିକ ଗୁରୁତ୍ୱ ବହନ କରେ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |