ଚଳିତ ବର୍ଷ ଖରାଛୁଟି ନେଇ ଆସନ୍ତା ୨ ଦିନରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର,୨୨।୪: ଚଳିତ ବର୍ଷ ଖରାଛୁଟି ନେଇ ଆସନ୍ତା ୨ ଦିନରେ ନିଆଯିବ ନିଷ୍ପତ୍ତି । ଏ ନେଇ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।ଆଗୁଆ ଖରାଛୁଟି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରସ୍ତାବ ଦିଆଯାଇଛି । ମେ ୬ ତାରିଖ ପର୍ଯ୍ୟନ୍ତ ଆଗୁଆ ଛୁଟି ପ୍ରଦାନ ପାଇଁ ପ୍ରସ୍ତାବନରେ ଉଲ୍ଲେଖ କରାଯାଇଛି ।ଖରାକୁ ଦୃଷ୍ଟିରେ ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବା କହିଲେ ମନ୍ତ୍ରୀ । ତାପମାତ୍ରା ବୃଦ୍ଧି ପାଇବା କାରଣରୁ ବିଭିନ୍ନ ବିଭାଗ ସହ ରାଜସ୍ୱ ବିଭାଗ ଆଲୋଚନା କରିଛି ଛୁଟି ନେଇ ଆଲୋଚନା କରାଯାଇଛି ।ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ସ୍କୁଲ୍‌ ଛୁଟି ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ। ଏ  ନେଇ ସୂଚନା ଦେଇଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏସ୍‌ଓପି ବାହାରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ଅଧିକୃତ କରାଯାଇଛି। ଜିଲ୍ଲାପାଳ ଅନୁଭବ କଲେ ସ୍ବତନ୍ତ୍ର ନିଷ୍ପତ୍ତି ନେଇପାରିବେ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ଦିନେ ଦୁଇ ଦିନରେ ଆଲୋଚନା ପରେ ଅଧିକ ନିର୍ଦ୍ଦେଶାବଳୀ ଜାରି ହେବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।ଖରା ବଡ଼ିଲେ ଅଙ୍ଗନବାଡ଼ି ବନ୍ଦ କରାଯିବ । ଛୁଆଙ୍କ ଖାଦ୍ୟ ଘରକୁ ପଠାଇବାର ବ୍ୟବସ୍ଥା କରାଯିବ ।ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ନିର୍ଦ୍ଦେଶନାମା ଜାରି କରାଯିବ । ଏ ସମ୍ପର୍କରେ ଆଜି ସନ୍ଧ୍ୟାରେ ଆଲୋଚନା କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!