୨୪ ତାରିଖରୁ ମିଳିବ ନୂଆ ରାସନ କାର୍ଡ

ଭୁବନେଶ୍ୱର,୨୨।୪ : ଏପ୍ରିଲ ୨୪ରେ ରାଜ୍ୟବାସୀଙ୍କୁ ମିଳିବ ନୂଆ ରାସନ କାର୍ଡ । ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟରେ ସରକାର ନୂଆ ରାସନ କାର୍ଡ ବାଣ୍ଟିବେ । ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ । ଏନେଇ ମଙ୍ଗଳବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।ମନ୍ତ୍ରୀ କହିଛନ୍ତି, ୨୪ ତାରିଖରେ ପ୍ରଥମ ଶୁଭାରମ୍ଭ ପରେ ରାଜ୍ୟରେ ପର୍ଯ୍ୟାୟକ୍ରମେ ୫ ଲକ୍ଷ ୯୦ ହଜାର ହିତାଧିକାରୀ ନୂଆ କାର୍ଡ ପାଇବେ । ଏହାସହ ଆହୁରି ୨୫ ଲକ୍ଷ ହିତାଧିକାରୀ ଇକେୱାଇସି କରି ନାହାଁନ୍ତି । ତେଣୁ ଯାଞ୍ଚ ପାଇଁ ଅଧିକାରୀଙ୍କୁ ଫିଲ୍ଡ ଭିଜିଟ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ଏଯାବତ୍‌ ପ୍ରାୟ ୨୫ ଲକ୍ଷ ଲୋକ E-KYC କରିନାହାନ୍ତି। ଅଫିସରମାନେ ଫିଲ୍ଡକୁ ଯାଇ ଏହାର ଅନୁଧ୍ୟାନ କରିବେ । ୨୪ ତାରିଖରୁ ହିତାଧିକାରୀଙ୍କୁ ରାଶନ କାର୍ଡ ବଣ୍ଟନ ଆରମ୍ଭ ହେବ । ପୁରୀରେ ପଞ୍ଚାୟତିରାଜ ଦିବସ ପାଳନ ବେଳେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିବେ ।ପରେ ପର୍ଯ୍ୟାୟକ୍ରମେ ସମସ୍ତ ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି।ନିକଟରେ ରାଜ୍ୟ ସରକାର ଏପ୍ରିଲ ୨୨ ତାରିଖ ସୁଦ୍ଧା ନୂଆ ରାଶନ କାର୍ଡ ପ୍ରିଣ୍ଟ ସହିତ ଲାମିନେଶନ କରି ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ସବୁ ଜଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହିତାଧିକାରୀମାନେ ଲାମିନେଶନ ସହ ରଙ୍ଗିନ ରାସନ କାର୍ଡ ପାଇବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!