ନୂଆଦିଲ୍ଲୀ,୨୨।୪: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାର ପହଲଗାମର ବୈସରନ ଉପତ୍ୟକାରେ ମଙ୍ଗଳବାର ଏକ ଆତଙ୍କବାଦୀ ଆକ୍ରମଣରେ ୧୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଏହି ଅଞ୍ଚଳ, ଯାହାକୁ ‘ମିନି-ସ୍ୱିଜରଲ୍ୟାଣ୍ଡ’ ଭାବେ ଜଣାଯାଏ, ପର୍ଯ୍ୟଟକଙ୍କ ପାଇଁ ଏକ ଲୋକପ୍ରିୟ ଗନ୍ତବ୍ୟସ୍ଥଳ। ଅଜଣା ବନ୍ଧୁକଧାରୀମାନେ ଟ୍ରେକିଂ ପାଇଁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ଆକ୍ରମଣରେ ଦୁଇ ଜଣ ସ୍ଥାନୀୟ ଏବଂ ତିନି ଜଣ ବାହାର ରାଜ୍ୟର ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଜମ୍ମୁ-କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ଣ ପ୍ରାୟ ୨ଟା ୩୦ରେ ଏହି ଆତଙ୍କୀ ଆକ୍ରମଣ ଘଟିଛି। ଏଥିରେ ଦୁଇ ଜଣ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଆହତଙ୍କ ମଧ୍ୟରେ ତିନି ଜଣ ସ୍ଥାନୀୟ ନାଗରିକ ଅଛନ୍ତି। ପହଲଗାମର ବେସରନ ଘାଟିରେ ଏକ ପର୍ଯ୍ୟଟକ ରିସର୍ଟର ଉପର ଅଞ୍ଚଳ ସ୍ଥିତ ପଡ଼ିଆକୁ ଟାର୍ଗେଟ୍ କରି ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି। ଆତଙ୍କବାଦୀ ଛଦ୍ମବେଶରେ ଆସି ଏହି ଆକ୍ରମଣ କରିଥିବା କୁହାଯାଉଛି।ଆତଙ୍କବାଦୀ ଅଶ୍ଵଚାଳନା କରୁଥିବା ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ଏହି ଗୁଳିମାଡ଼ କରିଥିବା ଜଣା ପଡ଼ିଛି। ଏଥିରେ କିଛି ଘୋଡ଼ା ବି ଆହତ ହୋଇଛନ୍ତି। ଗୁଇନ୍ଦା ଏଜେନ୍ସି ଅନୁଯାୟୀ, ଏହି ଆକ୍ରମଣରେ ଟିଆରଏଫର ଆତଙ୍କୀ ତଞ୍ଜୀମର ହାତ ଥାଇପାରେ। ଆକ୍ରମଣ ସମୟରେ ଦୁଇରୁ ତିନି ଆକ୍ରମଣକାରୀ ପୋଲିସ/ଆର୍ମି ୟୁନିଫର୍ମରେ ଥିଲେ। ଏହି ଆକ୍ରମଣ ପରେ ଅଞ୍ଚଳରେ ସୁରକ୍ଷାବଳ ଜୋରଦାର ସର୍ଚ୍ଚ ଅପରେସନ ଚଳାଇବା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସିଆରପିଏଫର ଅତିରିକ୍ତ କ୍ଵିକ୍ ରିଆକ୍ସନ ଟିମ(QAT)କୁ ଘଟଣାସ୍ଥଳକୁ ପଠା ଯାଇଛି। ଏହି ସବୁ ମଧ୍ୟରେ ଟିଆରଏଫ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଲସ୍କର ଏ ତୋଇବା ସହ ଜଡ଼ିତ ରହିଥିବା ଏକ ଆତଙ୍କୀ ସଂଗଠନ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |