ପ୍ରକାଶ ପାଇଲା IAS ରେଜଲ୍ଟ ୨୦୨୪, ଟପ୍‌ କଲେ ଶକ୍ତି ଦୁବେ

ନୂଆଦିଲ୍ଲୀ ୨୨/୦୪: ପ୍ରକାଶ ପାଇଛି ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ୨୦୨୪ । ତେବେ IASରେ ଟପ୍ପର ହୋଇଛନ୍ତି ଶକ୍ତି ଦୁବେ । ସେହିଭଳି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ହର୍ଷିତା ଗୋୟଲ । ତୃତୀୟରେ ଡୋଙ୍ଗରେ ଅର୍ଚିତ୍ ପରାଗ, ଚତୁର୍ଥରେ ଶାହ ମାର୍ଗୀ ଚିରାଗ, ପଞ୍ଚମରେ ଆକାଶ ଗର୍ଗ ଅଛନ୍ତି । ସେହିଭଳି ପଛକୁ ରହିଛନ୍ତି କୋମଲ ପୁନିଆ, ଆୟୁଷୀ ବଂଶଲ, ରାଜ କୃଷ୍ଣ ଝା, ଆଦିତ୍ୟ ବିକ୍ରମ୍ ଅଗ୍ରଓ୍ୱାଲ, ମୟଙ୍କ ତ୍ରିପାଠୀ, ଇଟାବୋଇନା ସାଇ ଶିବାନୀ, ଆଶିଷ ଶର୍ମା, ହେମନ୍ତ, ଅଭିଷେକ ବଶିଷ୍ଠ, ବନ୍ନା ଭେଙ୍କଟେଶ୍, ମାଧବ ଅଗ୍ରଓ୍ୱାଲ, ସଂସ୍କୃତି ତ୍ରିବେଦୀ, ସୌମ୍ୟା ମିଶ୍ରା, ବିଭୋର ଭରଦ୍ୱାଜ, ତ୍ରିଲୋକ ସିଂହ ପ୍ରମୁଖ କୃତିତ୍ୱ ହାସଲ କରିଛନ୍ତି । ସଂଘ ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ମଙ୍ଗଳବାର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏଥର ଓଡ଼ିଶାର ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଆ ଝିଅ ରୀତିକା ରଥ ୪୮ତମ ସ୍ଥାନରେ ରହିଛନ୍ତି। ସେହିଭଳି ୯୫ତମ ସ୍ଥାନରେ ଅଛନ୍ତି ଦେବିକା ପ୍ରିୟଦର୍ଶିନୀ। ଆଦିତ୍ୟ ଆଚାର୍ଯ୍ୟ ୯୬ତମ ସ୍ଥାନରେ, ଦୀପ୍ତି ରଞ୍ଜନ ପତି ୧୬୪ତମ ସ୍ଥାନରେ, ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ପ୍ରଧାନ, ଆଶୁତୋଷ ମିଶ୍ର ୧୯୮ତମ ସ୍ଥାନରେ, ୨୧୨ରେ ଅନୁପ ନାୟକ, ୪୧୪ରେ ପଦ୍ମନାଭ ମିଶ୍ର, ୪୧୬ରେ ପ୍ରଶାନ୍ତ ମିଶ୍ର ଏବଂ ୪୨୮ ରାଙ୍କ୍‌ରେ ରହିଛନ୍ତି ଧ୍ରୁତିରାଜ ମିଶ୍ର। ଏଥିସହ ୪୪୩ରେ ଅଙ୍କିତା ରଥ, ୫୩୫ରେ କୌଶିକ ମିଶ୍ର, ୫୬୮ରେ ସିମରନ ସାହୁ, ୮୪୦ରେ ରିଶିତା ଦାସ, ୯୭୧ରେ ଗୋପୀନାଥ ସାହୁ, ୯୮୭ରେ ଆଦିତ୍ୟ ବେହେରା ଏବଂ ୯୯୪ତମ ସ୍ଥାନରେ ରହିଛନ୍ତି ଅନ୍ନପୂର୍ଣ୍ଣା ମିଶ୍ର।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!