ଆଜି ମହାପ୍ରଭୁଙ୍କର ବନକଲାଗି,ଅପରାହ୍ନ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ସାଧାରଣଦର୍ଶନ ବନ୍ଦ

 ପୁରୀ,୨୩।୪: ଆଜି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଏହି ନୀତି କରିବେ । ତେବେ ମହାବାହୁଙ୍କ ଏହି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ ।ଅପରାହ୍ନ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବା ନେଇ କୁହାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଦ୍ବିତୀୟ ଭୋଗମଣ୍ଡପ ନୀତି ସରିଲା ପରେ ମହାପ୍ରଭୁଙ୍କର ବନକଲଲାଗି ନୀତି ଅନୁଷ୍ଠିତ ହେବ । ଏହା ଶେଷ ହେବା ପରେ ଅର୍ଥାତ୍ ରାତି 10ଟା ପରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ ।ଏହି ବନକ ଲାଗି ନୀତିରେ ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହାର କରାଯାଇଥାଏ । ଏଥିରେ କୌଣସି ବଜାରର ରଙ୍ଗ ବ୍ୟବହାର କରାଯାଏ ନାହିଁ ।ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!