ଭୁବନେଶ୍ୱର,୨୩ା୪:ଆଜିଠୁ ସବୁ ସ୍କୁଲ, କଲେଜ ଛୁଟି। ରାଜ୍ୟରେ ଜାରି ରହିଥିବା ସୂର୍ଯ୍ୟକୋପ । ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ପଶ୍ଚିମ ଏବଂ କେନ୍ଦ୍ରୀୟ ଓଡ଼ିଶାରେ ନିଆଁ ବର୍ଷା ହେଉଛି ।ସୋମବାର ଠାରୁ ଖରାର ପ୍ରକୋପ ଆରମ୍ଭ ହୋଇଥିବା ବେଳେ ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ଗତକାଲି ଝାରସୁଗୁଡାରେ ତାପମାତ୍ରା 46 ଡିଗ୍ରୀ ଅତିକ୍ରମ କରିଥିଲା । ଏହା ସହିତ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା ।ତେବେ ନିକଟରେ ଝାରାସୁଗୁଡ଼ାରେ ଏଭଳି ତାପମାତ୍ରା କେବେ ହୋଇନଥିବା ବେଳେ 15 ବର୍ଷର ରେକର୍ଡ ଭାଙ୍ଗିଥିବା କଥା କୁହାଯାଉଛି । ତେବେ କେବଳ ଝାରସୁଗୁଡା ନୁହେଁ ରାଜ୍ୟର 45ଟି ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି ।ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।ତେବେ କୌଣସି ପରୀକ୍ଷା ପ୍ରଭାବିତ ହେବନି ଓ ପୂର୍ବସୂଚୀ ଅନୁସାରେ ଏକଜାମ୍ ଚାଲିବ। ଯେଉଁମାନେ ହଷ୍ଟେଲରେ ରହୁଛନ୍ତି ସେମାନେ ରହିପାରିବେ। ସକାଳ ୭ରୁ ସାଢ଼େ ୮ ଚାଲୁଥିବା ଅଙ୍ଗନବାଡି କେନ୍ଦ୍ର ବି ବନ୍ଦ ରହିବ। ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଏହି ନିର୍ଦ୍ଦେଶନାମା ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ। ସେହିପରି ଏହି ନିର୍ଦ୍ଦେଶନାମା ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ।କୌଣସି ବେସରକାରୀ ଶିକ୍ଷାନୁଷ୍ଠାନ ନିଷ୍ପତ୍ତି ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ଆଗକୁ ଯଦି ତାପମାତ୍ରା ହ୍ରାସ ପାଏ, ତାହାଲେ ଖୋଲିବା ଆଦେଶ ଦିଆଯାଇ ପାରେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |