ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ, ୭ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର,୨୩।୪: ମନ୍ତ୍ରୀ ପରିଷଦ ଏବଂ ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଛି। ଆଉ ଏହି ବୈଠକରେ ୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିଲା। ଦୀର୍ଘ ଅଢେଇ ଘଣ୍ଟା ଧରି ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା।ଆଉ ଏବେ ସେହି ବୈଠକ ସରିଛି। ଆଉ ସାତଟି ପ୍ରସ୍ତାବରେ ମୋହର ବାଜିସାରିଛି। ଏହାପରେ ମନ୍ତ୍ରୀ ପରିଷଦ ବୈଠକ ମଧ୍ୟ ଆରମ୍ଭ ହୋଇଛି। ପାଖାପାଖି ୪୫ ମିନିଟ୍ ଧରି ମନ୍ତ୍ରୀ ପରିଷଦ ବୈଠକ ବସିଛି।ଏହି ବୈଠକରେ ମଧ୍ୟ ଅନେକ କିଛି ଆଲୋଚନା ହେଉଛି। ଏହାସହ ଯେଉଁ ୨୦୩୬ ଭିଜନର କଥା କୁହାଯାଉଛି, ବିକଶିତ ଓଡ଼ିଶା କଥା କୁହାଯାଉଛି, ସେ ସଂକ୍ରାନ୍ତରେ ମଧ୍ୟ ଏକ ଡ଼କ୍ୟୁମେଣ୍ଟାରି ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!