ଭୁବନେଶ୍ୱର,୨୩ା୪: ପ୍ରକାଶ ପାଇଲା ରେଜଲ୍ଟ। ସବୁ ପରୀକ୍ଷାର୍ଥୀ ପାସ୍। ଆଜି ପ୍ରକାଶ ପାଇଛି RI, ଅମିନ ପ୍ରିଲିମ୍ ପରୀକ୍ଷାର ଫଳାଫଳ।ଯେଉଁଥିରେ ସମସ୍ତ ପରୀକ୍ଷାର୍ଥୀ ପାସ୍ କରିଥିବା ସୂଚନା ଦେଇଛି OSSSC। RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା, ସମସ୍ତେ ପ୍ରିଲିମ୍ ପାସ୍। ଏନେଇ OSSSC ପକ୍ଷରୁ ଜାରି ହେଲା ସୂଚନା।୨୦୨୪ ସେପ୍ଟେମ୍ୱର ୨୦ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ହୋଇଥିଲା ପ୍ରିଲିମ୍ EXAM। ପ୍ରିଲିମନାରୀ ପରୀକ୍ଷା ଦେଇଥିବା ସମସ୍ତେ ଦେଇପାରିବେ ମେନ୍ ପରୀକ୍ଷା। କେବଳ ପ୍ରିଲିମରେ କପି କରି ଧରା ପଡିଥିବା ୯ ଜଣ ମେନ୍ ଦେଇପାରିବେନି।ହେଲେ କେବେ ମେନ୍ ପରୀକ୍ଷା କରାଯିବ ସେନେଇ ଏବେ କିନ୍ତୁ କୌଣସି ସୂଚନା ଦିଆଯାଇନାହିଁ। କେବେ ମୁଖ୍ୟ ପରୀକ୍ଷା ହେବ ତାହା ପରେ ସୂଚନା ଦିଆଯିବ ବୋଲି OSSSC ପକ୍ଷରୁ କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |