ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ଭାଜପା ଏମପି ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ମୃତ୍ୟୁ ଧମକ ମିଳିଛି। ଏପ୍ରିଲ ୨୨ରେ ଦୁଇଟି ଇମେଲ ମାଧ୍ୟମରେ ତାଙ୍କୁ “ଆଇକିଲ୍ୟୁ” (IKillU) ମେସେଜ ପଠାଯାଇଥିଲା। ଏହି ଘଟଣା ପରେ ଗମ୍ଭୀର ଦିଲ୍ଲୀ ପୋଲିସରେ ଏକ ଲିଖିତ ଅଭିଯୋଗ ଦାଖଲ କରି ଏଫଆଇଆର ରୁଜୁ କରିବା ସହ ନିଜ ପରିବାର ପାଇଁ ସୁରକ୍ଷା ମାଗିଛନ୍ତି।ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ଆଇଏସଆଇଏସ୍ କାଶ୍ମୀର ପକ୍ଷରୁ ତାଙ୍କୁ ହତ୍ୟା ଧମକ ମିଳିଥିବା ଗମ୍ଭୀର ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି । ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛନ୍ତି । ପୂର୍ବରୁ ମଧ୍ୟ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିଲା । ୨୦୨୨ ଏପ୍ରିଲ ମାସରେ ତାଙ୍କୁ ଦୁଇଟି ଧମକପୂର୍ଣ୍ଣ କଲ୍ ଆସିଥିଲା । ତା ପୂର୍ବରୁ ୨୦୨୧ ନଭେମ୍ବରରେ ମଧ୍ୟ ତାଙ୍କୁ ହତ୍ୟା ଧମକ ମିଳିଥିଲା । ଟିମ୍ ଇଣ୍ଡିଆର ହେଡ୍ କୋଚ୍ ତଥା ପୂର୍ବତନ ସାଂସଦ ଗୌତମ ଗମ୍ଭୀର ଗତକାଲି ପେହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ କଠୋର ନିନ୍ଦା କରିଥିଲେ ।ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାକୁ ନେଇ କେନ୍ଦ୍ର ସରକାର କଡ଼ା ମନୋଭାବ ଗ୍ରହଣ କରିଛନ୍ତି । ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୬ଟାରେ ଏକ ସର୍ବଦଳୀୟ ବୈଠକ ଡକାଯାଇପାରେ। ଏହି ବୈଠକର ଅଧ୍ୟକ୍ଷତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିବେ ଏବଂ ଗୃହମନ୍ତ୍ରୀ ଅମିତ ଶାହା ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବେ । ବୈଠକରେ ପହଲଗାମ ଆତଙ୍କୀ ହମଲା ସମ୍ପର୍କରେ ଆଲୋଚନା ହେବ ଏବଂ ପାକିସ୍ତାନ ସମର୍ଥିତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକମତ ହେବାର ଲକ୍ଷ୍ୟ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |