ନୂଆଦିଲ୍ଲୀ ୨୬/୦୪: ଜମ୍ମୁ କାଶ୍ମୀରର ପହଲଗାମରେ ହମଲା ପରେ ସର୍ଚ୍ଚ ଅପରେସନ ଜୋରଦାର । ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ସେନା । ଗଳି କନ୍ଦିରେ ସେନା ବାହିନୀ ଚଳାଇଛି କମ୍ୱିଂ । ପୁଲୱାମାରେ ସକ୍ରିୟ ଆତଙ୍କବାଦୀଙ୍କ ଘରଗୁଡ଼ିକୁ ଧ୍ୱସ୍ତ ବିଧ୍ୱସ୍ତ କରୁଛି ଭାରତୀୟ ସୁରକ୍ଷା ବାହିନୀ । ମାଟିରେ ମିଶିବାରେ ଲାଗୁଛି ଗୋଟିଏ ପରେ ଗୋଟିଏ ଆତଙ୍କୀର ଘର । କାଶ୍ମୀର ଉପତ୍ୟକା ଭିତରେ ଆଉ ଦୁଇ ସକ୍ରିୟ ଆତଙ୍କବାଦୀଙ୍କ ଘର ଭାଙ୍ଗିଛି ସେନା । ଜୁନ୍ ୨୦୨୩ ଠାରୁ ସକ୍ରିୟ ଲସ୍କର କ୍ୟାଡର ଏହସାନ ଅହମ୍ମଦ ଶେଖର ଦୁଇ ମହଲା ବିଶିଷ୍ଟ ଘରକୁ ସୁରକ୍ଷା ବାହିନୀ ଆଇଇଡି ବ୍ଲାଷ୍ଟ କରି କରି ଉଡ଼ାଇ ଦେଇଛନ୍ତି। ସେ ପୁଲୱାମାର ମୁରାନର ବାସିନ୍ଦା ।ଲସ୍କର ଆତଙ୍କବାଦୀ ଅହସନ ଅହମ୍ମଦ ଶେଖ୍ର ପୁଲୱାମା ମୁରାନରେ ଥିବା ଦୁଇ ମହଲା କୋଠାକୁ ଉଡାଇ ଦିଆଯାଇଛି । ସେହିପରି ଲସ୍କର ଆତଙ୍କୀ ଜାକିର୍ ଗାନିର କୁଲଗାମସ୍ଥିତ ଘର ଏବଂ ସୋପିଆନ ଜିଲ୍ଲା ଚୋଟିପୋରାରେ ଥିବା ଆତଙ୍କବାଦୀ ଶାହିଦ୍ ଅହମ୍ମଦର ବାସଭବନକୁ ସୁରକ୍ଷାକର୍ମାମାନେ ଆଇଇଡି ସାହାଯ୍ୟରେ ମାଟିରେ ମିଶାଇ ଦେଇଛନ୍ତି । ଏହି ୩ ଆତଙ୍କୀ ଫେରାର୍ ଥିବାବେଳେ ସମସ୍ତଙ୍କୁ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଗତକାଲି ଲସ୍କର ଆତଙ୍କବାଦୀ ଆଦିଲ୍ ହୁସେନ ଥୋକର ଓ ଆସିଫ୍ ଶେଖର ଘର ଭଙ୍ଗାଯାଇଥିଲା ।ଗୁଇନ୍ଦା ସୂତ୍ରରୁ ସୂଚନା ମୁତାବକ, ଅହସନ ଅହମ୍ମଦ ଓ ଜାକିର୍ ଗାନି ୨୦୨୩ରେ ଲସ୍କର-ଏ-ତୋଏବା ସଂଗଠନରେ ସାମିଲ ହୋଇଥିଲେ । ସେହିପରି ଶାହିଦ୍ ଅହମ୍ମଦ ଦୁଇ ବର୍ଷ ତଳେ ଲସ୍କର ଆତଙ୍କୀଙ୍କ ସହ ହାତ ମିଶାଇଥିଲା ଏବଂ ଉପତ୍ୟକାରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ରହିଥିଲା । ଏହି ଆତଙ୍କବାଦୀମାନେ ପହଲଗାମ୍ ଆକ୍ରମଣ ଷଡଯନ୍ତ୍ର ଯୋଜନା କରିବା ଓ ଆକ୍ରମଣ କରିବାରେ ସମ୍ପୃକ୍ତ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |