ନୂଆଦିଲ୍ଲୀ ,୨୬/୦୪: ପହଲଗାମରେ ଆତଙ୍କୀ ହମଲା ପରେ ଭାରତ-ପାକ୍ ମଧ୍ୟରେ ତୀବ୍ର ହେବାରେ ଲାଗିଛି କୂଟନୈତିକ ସଂପର୍କ । ୨୮ ନୀରିହଙ୍କ ଜୀବନର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ । ଫଲରେ ଆରମ୍ଭ ହୋଇଛି ଦୁଇ ଦେଶ ମଧ୍ୟରେ ପ୍ରାକ୍ ଯୁଦ୍ଧ ପରିସ୍ଥିତି । ପହଲଗାମ ଆକ୍ରମଣକୁ ନେଇ ଭାରତ ପାକିସ୍ତାନ ଉପରେ ବହୁ କୂଟନୈତିକ କଟକଣା ଲାଗୁ କରିଛି। ଏହାକୁ ନେଇ ପାକିସ୍ତାନର ବାଚାଳାମୀ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଠୋର ଚେତାବନୀ ପରେ ପାକିସ୍ତାନ ସରକାର ଭୟଭୀତ ହୋଇପଡ଼ିଛନ୍ତି। କିନ୍ତୁ ପାକିସ୍ତାନର ବିରୋଧୀ ନେତାମାନେ ନିଆଁରେ ଘିଅ ଢାଳି ପରିସ୍ଥିତିକୁ ଜଟିଳ କରିବାକୁ ଉଦ୍ୟମ ଚଳାଇଛନ୍ତି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ କରାଇବାକୁ ପାକିସ୍ତାନର ବିରୋଧୀ ଦଳର ନେତାମାନେ ପ୍ରୟାସ କରି ଭାରତକୁ ଧମକ ଦେବା ଆରମ୍ଭ କରିଦେଇଛନ୍ତି। ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ନେଇ ଭାରତ ପଦକ୍ଷେପ ସମ୍ପର୍କରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ ଭାରତକୁ ଧମକ ଦେଇଛନ୍ତି। ସିନ୍ଧୁ ନଦୀରେ ଜଳ ବୋହିବ, ନଚେତ ଭାରତୀୟଙ୍କ ରକ୍ତ ବୋହିବ ବୋଲି କହିଛନ୍ତି।ସିନ୍ଧୁ ନଦୀ ଉପତ୍ୟତା ପାର୍ଶ୍ବବର୍ତ୍ତୀ ସୁକ୍କୁର ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଭୁଟ୍ଟୋ କହିଛନ୍ତି, ପହଲଗାଓଁ ଆକ୍ରମଣକୁ ନେଇ ଭାରତ ପାକିସ୍ତାନକୁ ଦୋଷ ଦେଉଛି। ମୋଦୀ ନିଜର ଦୁର୍ବଳତା ଲୁଚାଇବାକୁ ମିଥ୍ୟା ଅଭିଯୋଗ କରୁଛନ୍ତି। ସେ ଏକପାଖିଆ ଭାବେ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ସିନ୍ଧୁ ନଦୀ ପାକିସ୍ତାନର। ଏହା ଆମର ହୋଇ ରହିବ। ଏଥିରେ ଜଳ ବୋହିବ ନଚେତ ଭାରତୀୟଙ୍କ ରକ୍ତ ବୋହିବ।ପାକିସ୍ତାନୀ ନେତା ଭୁଟ୍ଟୋ ଦାବି କରିଥିଲେ ଯେ ଭାରତ “ସିନ୍ଧୁଙ୍କ ଉପରେ ଆକ୍ରମଣ” କରିଛି । ସେ କହିଥିଲେ ଯେ ଭାରତର ଜନସଂଖ୍ୟା ଆମଠାରୁ ଅଧିକ ହୋଇପାରେ, କିନ୍ତୁ ପାକିସ୍ତାନର ଲୋକମାନେ ସାହସୀ। ଆମେ ସୀମାରେ ଓ ପାକିସ୍ତାନ ଭିତରେ ମଧ୍ୟ ଲଢ଼ିବୁ। ଆମର ସ୍ୱର ଭାରତକୁ ଉଚିତ ଜବାବ ଦେବ। ଏହି ବିବୃତ୍ତିରୁ ସ୍ପଷ୍ଟ ଯେ ଆତଙ୍କବାଦକୁ ନିନ୍ଦା କରିବା ପରିବର୍ତ୍ତେ, ପାକିସ୍ତାନର ରାଜନୈତିକ ନେତୃତ୍ୱ ଆକ୍ରମଣାତ୍ମକ ଜାତୀୟତାବାଦକୁ ପ୍ରୋତ୍ସାହିତ କରୁଛନ୍ତି, ଯାହା ଯୋଗୁଁ କୂଟନୈତିକ ଆଲୋଚନାର ସମ୍ଭାବନା ଆହୁରି ହ୍ରାସ ପାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |