ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୨୬ା୪ :-ଡାବୁଗାଁ ଠାରେ ଲୋକଙ୍କ ସେବା ପାଇଁ ପୂର୍ଵତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରଚୁଆଲ ଆପ ମାଧ୍ୟମରେ 2023 ମସିହାରେ ବସ ଷ୍ଟାଣ୍ଡ ର ଶୁଭ ଉଦଘାଟନ କରିଥଲେ। କିନ୍ତୁ ଦୁଃଖର ବିଷୟ ଡାବୁଗାଁ ବସ ଷ୍ଟାଣ୍ଡ ଲୋକଙ୍କ ସେବାରେ ଲାଗୁନି। ଏପରି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ବସ ଷ୍ଟାଣ୍ଡ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠୁଛି??? ଗାଁ ଗିହାଳିରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ କୁ ଛାଡିଦେଲେ ପ୍ରାୟତଃ କଣସି ସରକାରୀ ବସ ଏହି ବସ ଷ୍ଟାଣ୍ଡ କୁ ଆସୁନାହିଁ। ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁପ୍ରକାର ଅନୁସଙ୍ଗିକ ବ୍ୟବସ୍ଥା ଥାଇ ମଧ୍ୟ କାମରେ ଆସୁନି ବସ ଷ୍ଟାଣ୍ଡ। ଶୌଚାଳୟ ରେ ଅଧିକାଂଶ ସମୟ ଚାବି ପଡିଥାଉଛି। ଖରାଦିନେ ଯାତ୍ରୀ ଙ୍କ ବସିବା ପାଇଁ ଉପଯୁକ୍ତ ସୁବିଧା ମଧ୍ୟ ନାହିଁ। ଅପରାହ୍ନ 4ଘଣ୍ଟା ହୋଇଗଲେ କୌଣସି ବି ବସ ବସଷ୍ଟାଣ୍ଡ କୁ ଆସୁ ନାହିଁ। ଡାବୁଗାଁ ତରଣୀ ଛକ ନିକଟରେ ବସ ମାନେ ରହୁଥିବାରୁ ଡାବୁଗାଁ ଅଞ୍ଚଳରେ ସବୁବେଳେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏଥିପ୍ରତି ପୋଲିସ ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଧ୍ୟାନ ଦେଲେ କିଛି ପରିମାଣରେ ସମସ୍ୟା ସମାଧନ ହଇ ପାରିଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଡାବୁଗାଁ OSRTC ବସଷ୍ଟାଣ୍ଡ ରେ ବସଷ୍ଟାଣ୍ଡ ନିର୍ମାଣ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି OSRTC ବସ ଆସିନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |