ନବରଙ୍ଗପୁର ଜିଲ୍ଲାରେ ପୁଣି ଲୋଭ ଜିହାଦ ର ଶିକାର ହେଲେ ଜଣେ ଆଦିବାସୀ ନାବାଳିକା ଝିଅ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୨୬ା୪: ଲଭ ସେକ୍ସ ଓର ଧୋକା ଏହି ଜାଲରେ ଏବେ ନିରୀହ ଆଦିବାସୀ ଝିଅ, ଏଭଳି ଏକ ଘଟଣା ଏବେ ସମଗ୍ର ଜିଲ୍ଲା କୁ ସ୍ତବ୍ଧ କରିଦେଇଛି, ଆଦିବାସୀ ପରଜା ସମ୍ପ୍ରଦାୟ ର ଜଣେ 16 ବର୍ଷୀୟା ନାବାଳିକା ଝିଅ କୁ ପ୍ରଥମେ ନିଜ ପ୍ରେମ ଜାଲରେ ଫସେଇ ତାକୁ ଗର୍ଭବତୀ କରେଇବା ପରେ ଏବେ ତାକୁ କାମନା ଲାଳସା ଚରିତାର୍ଥ କରୁଥିବା ଏକ କଣ୍ଢେଇ ଭଳି ବ୍ୟବହାର କରୁଥିଲା ହିର୍ଲି ଅଞ୍ଚଳର ଜଣେ ମୁସଲମାନ ଯୁବକ ଶେଖ ଆଲାମ ହୁସେନ, ସ୍ଥାନୀୟ ଜଣେ ସମାଜ ସେବୀ ଅସହାୟ ନାବାଳିକା ଜଣକର କରୁଣ କାହାଣୀ ଶୁଣି ଚାଇଲଡ ଲାଇନ ସହାୟତାରେ ନାବାଳିକା କୁ ଉଦ୍ଧାର କରି ସିଡବ୍ଲୁସି ର ଦ୍ୱାରସ୍ତ ହେବା ପରେ ଜଣା ପଡିଥିଲା ସମସ୍ତ ଘଟଣା, ସୂଚନା ଅନୁଯାୟୀ ଗତ ଏକ ବର୍ଷ ତଳେ ହିର୍ଲି ଅଞ୍ଚଳର ଶେଖ ଆଲାମ ହୁସେନ ନାମକ ଜଣେ ଯୁବକ ଆଦିବାସୀ ସମ୍ପ୍ରଦାୟ ର ଜଣେ ନାବାଳିକା ଙ୍କୁ ନିଜ ପ୍ରେମ ଜାଲରେ ଫସେଇ ତାକୁ ନେଇଯାଇଥିଲା, ନାବାଳିକା ଜଣକ ନିଖୋଜ ଥିବା ନେଇ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ, ପୋଲିସ ଉଭୟ ନାବାଳିକା ଏବଂ ଯୁବକଙ୍କୁ ଉଦ୍ଧାର କରି ଆଣିଥିଲେ, ଥାନରେ ଉଭୟ ପରିବାର ର ଆପୋଷ ବୁଝାମଣା ରେ ନାବାଳିକା ଜଣକ ତାଙ୍କ ନିଜ ବାପା ମା ଙ୍କ ଘରେ ରହିବେ ବୋଲି ରାଜିନାମା ହେବା ଥାନାରୁ ଫେରିଥିଲେ, ଏବେ କିନ୍ତୁ ସବୁ ଓଲଟା ହେଇଯାଇଛି, ବର୍ଷେ ପରେ ମଧ୍ୟ ଯୁବକ ଜଣକ ନାବାଳିକାର ପିଛା ଛାଡି ନଥିଲା ପୁଣି ମିଠା କଥା କହି ନିଜ ପ୍ରେମ ଜାଲରେ ଫସେଇ ନାବାଳିକା କୁ ଏବେ ଗର୍ଭବତୀ କରେଇଛି, କେବଳ ନିଜର କାମନା ଲାଳସା ଚରିତାର୍ଥ କରିବା ପାଇଁ ନାବାଳିକା ର ଶରୀର କୁ ଉପଭୋଗ କରିବା ପାଇଁ ଯୁବକ ଝିଅ ଟିକୁ ତା ଘର କୁ ନେଉଛି ପରେ ପୁଣି ଝିଅ ଘରେ ଆଣି ଛାଡି ଦେଉଛି ବର୍ତ୍ତମାନ ନାବାଳିକା ଜଣକ ଅଢେଇ ମାସର ଗର୍ଭବତୀ ଥିବା ଜଣାପଡିଛି, ସମାଜସେବୀ ଙ୍କ ଦ୍ୱାରା ନାବାଳିକା ଉଦ୍ଧାର ହେଇ cwc ର ଦ୍ୱାରସ୍ତ ହେବା ପରେ ଏ ସବୁ କାହାଣୀ ଜଣା ପଡିଥିଲା, cws କମିଟି ନାବାଳିକା ର ସତ୍ୟାସତ୍ୟ ତଦନ୍ତ କରିବା ପରେ ଯୁବକ ଙ୍କ ବିରୁଦ୍ଧ ରେ ପୋକ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଵା ପାଇଁ ଲିଖିତ ଭାବେ ଜଣାଇଛନ୍ତି, ନ୍ୟାୟ ପାଇବା ଆଶାରେ ଅପେକ୍ଷା କରିଛନ୍ତି ନିରୀହ ଆଦିବାସୀ ନାବାଳିକାର ପରିବାର।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!