ନୂଆଦିଲ୍ଲୀ,୨୭।୪:ପହଲଗାମ୍ ଆକ୍ରମଣ ଘଟଣାରେ ହୋଇଛି । ଆକ୍ରମଣ କରିଥିବା ଆତଙ୍କବାଦୀମାନେ ୨୦ରୁ ୨୨ ଘଣ୍ଟା ଜଙ୍ଗଲରେ ଚାଲି ଚାଲି ବୈସରନ ଘାଟିରେ ପହଞ୍ଚିଥିଲେ । ହମ୍ଲାରେ ମୋଟ ୪ ଜଣ ଆତଙ୍କୀ ସମ୍ପୃକ୍ତ ରହିଥିଲେ । ସେଥିମଧ୍ୟରୁ ୩ ଜଣ ପାକିସ୍ତାନ ଓ ଜଣେ ସ୍ଥାନୀୟ ଅଞ୍ଚଳର ଥିଲା । ସ୍ଥାନୀୟ ଆତଙ୍କବାଦୀ ଆଦିଲ୍ ଥୋକର୍ ବୋଲି ଚିହ୍ନଟ ହୋଇଛି । ଆକ୍ରମଣ ପାଇଁ ସେମାନେ AK-47 ଓ M4 ରାଇଫଲ ବ୍ୟବହାର କରିଥିଲେ ।ସେନା ଯବାନ ଆତଙ୍କବାଦୀ ଓ ସେମାନଙ୍କୁ ସାହାଯ୍ୟ କରିଥିବା ଲୋକଙ୍କ ଠିକଣା ଖୋଜି ଖୋଜି ଆକ୍ସନ ନେଉଛି । ବର୍ତ୍ତମାନ ଇଲେକ୍ଟ୍ରୋନିକ ସର୍ଭିଲାନ୍ସ ଜରିଆରେ ୧୫ ଜଣ କାଶ୍ମୀର ଓଭର୍ ଗ୍ରାଉଣ୍ଡ ୱାର୍କର୍ସ (OGWS) ବା ସନ୍ଦିଗ୍ଧ ଆତଙ୍କୀ ସହଯୋଗୀଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ସେଦିନ ପହଲଗାମ୍ ହମ୍ଲାରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିଲେ । ସମସ୍ତେ ଦକ୍ଷିଣ କାଶ୍ମୀର ଅଞ୍ଚଳର । ଏମାନେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଏବଂ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଣିବାରେ ସଂଶ୍ଲିଷ୍ଟ ରହିଥିବା ଜଣାପଡିଛି । ଏହି ୧୫ ସନ୍ଦିଗ୍ଧଙ୍କ ମଧ୍ୟରୁ ୫ ଜଣ ମୁଖ୍ୟ ସନ୍ଦିଗ୍ଧ ଏବେ ସୁରକ୍ଷା ଏଜେନ୍ସିର ରାଡାରରେ ଅଛନ୍ତି ।ଏମାନେ ହମ୍ଲା ଦିନ ଏବଂ ଏହା ପୂର୍ବରୁ ପହଲଗାମ୍ ଅଞ୍ଚଳରେ ଥିଲେ ଏବଂ ଏମାନଙ୍କର ଫୋନ୍ ଆକ୍ଟିଭ ରହିଥିଲା । ୫ ଜଣଙ୍କ ମଧ୍ୟରୁ ପୋଲିସ ୩ ଜଣଙ୍କୁ ଉଠାଇ ଆଣି ଅଟକ ରଖିଥିବା ବେଳେ ଆଗକୁ ଏମାନଙ୍କୁ ଗିରଫ ମଧ୍ୟ କରାଯାଇପାରେ । ଏବେ ବାକି ୨ ପ୍ରମୁଖ ସନ୍ଦିଗ୍ଧଙ୍କୁ ଧରିବାକୁ ଛାନ୍ଭିନ୍ ଜାରି ରହିଛି ।ଅଟକ ଥିବା ୩ ସନ୍ଦିଗ୍ଧଙ୍କ ଚାଟ୍ ଯାଞ୍ଚ କରାଯିବାରୁ ଜଣାପଡିଛି, ପହଲଗାମ୍ ହମ୍ଲା ପୂର୍ବରୁ ସେମାନେ ଆତଙ୍କବାଦୀଙ୍କ ସହ କଥା ହୋଇଥିଲେ । ପାକିସ୍ତାନ ଆତଙ୍କବାଦୀ ପହଲଗାମରେ ଅଛନ୍ତି ଏବଂ ତାଙ୍କୁ କେମିତି ସାହାଯ୍ୟ କରିବେ ସେ ବିଷୟରେ ପରସ୍ପର ସହ ଫୋନ୍ରେ ଆଲୋଚନା କରିଥିଲେ । ପହଲଗାମ୍ ହମ୍ଲାରେ ସେହି ୫ ଜଣଙ୍କ ଭୂମିକା ଥିବା ନେଇ ସୁରକ୍ଷାକର୍ମୀଙ୍କୁ ଯଥେଷ୍ଟ ପ୍ରମାଣ ମିଳିଛି । ସେହିପରି NIA, ଜମ୍ମୁ କାଶ୍ମୀର ପୋଲିସ, ର’, IBର ମିଳିତ ଟିମ୍ ପାକିସ୍ତାନ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ସନ୍ଦେହରେ କାଶ୍ମୀରର ଆଉ ୧୦ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |