ପହଲଗାମ ଆତଙ୍କୀ ଆକ୍ରମଣ ଦେଶର ସମସ୍ତ ନାଗରିକଙ୍କୁ ଦୁଃଖ ଦେଇଛି: ମୋଦି

ନୂଆଦିଲ୍ଲୀ,୨୭ା୪: ମନ୍ କି ବାତର ୧୨୧ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଆଜି ମୁଁ ଆପଣଙ୍କ ସହ ମନର କଥା କହୁଛି, ମୋ ହୃଦୟରେ ଗଭୀର ବେଦନା ରହିଛି। ୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଭାଙ୍ଗି ଦେଇଛି। ପ୍ରତ୍ୟେକ ବ୍ୟକ୍ତି ପୀଡିତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଅନୁଭବ କରୁଛନ୍ତି… ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଦେଖି ପ୍ରତ୍ୟେକ ନାଗରିକ କ୍ରୋଧରେ ଜଳୁଛନ୍ତି ବୋଲି ମୁଁ ବୁଝୁଛି।”ମନ୍ କୀ ବାତରେ ପହଲଗାମ ଆକ୍ରମଣ ସମ୍ପର୍କରେ କହିଲେ ପ୍ରଧାନମନ୍ତ୍ରୀ । କହିଲେ ପହଲଗାମ ଆତଙ୍କୀ ଆକ୍ରମଣ ଦେଶର ସମସ୍ତ ନାଗରିକଙ୍କୁ ଦୁଃଖ ଦେଇଛି । ପୀଡ଼ିତ ପରିବାରଙ୍କ ପ୍ରତି ସବୁ ଭାରତୀୟଙ୍କ ମନରେ ଗଭୀର ସମବେଦନା। ସବୁ ଭାରତୀୟ ପୀଡ଼ିତଙ୍କ ପରିବାରର ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି । ସବୁ ଭାରତୀୟଙ୍କ ରକ୍ତ ଆତଙ୍କୀ ଆକ୍ରମଣର ଚିତ୍ର ଦେଖି ତାତି ଉଠୁଛି । ପହଲଗାମ ଆକ୍ରମଣ ଆତଙ୍କୀ ଆକ୍କାଙ୍କ ହତାଶା, କାପୁରୁଷତାର ପ୍ରମାଣ । କାଶ୍ମୀରରେ ଶାନ୍ତି ଫେରିବା ଦେଶର ଶତ୍ରୁ ସହି ପାରିଲେନି। କାଶ୍ମୀର ପୁଣି ଥରେ ନଷ୍ଟ ହେବା ଚାହାନ୍ତି ଆତଙ୍କୀ ଓ ଆତଙ୍କୀ ଆକ୍କା । ଆତଙ୍କବାଦ ବିରୋଧୀ ଏହି ଯୁଦ୍ଧରେ ଦେଶର ଏକତା ଆମର ସବୁଠୁ ବଡ଼ ଶକ୍ତି ବୋଲି କହିଛନ୍ତି ମୋଦି । ଦେଶର ଏକତା ଆତଙ୍କବାଦ ବିରୋଧୀ ନିର୍ଣ୍ଣାୟକ ଲଢ଼େଇରେ ଆମର ଆଧାର । ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ନିଜ ସଂକଳ୍ପ ମଜବୁତ୍ କରିବାକୁ ହେବ । ଏକ ରାଷ୍ଟ୍ର ଭାବେ ଆମକୁ ଦୃଢ଼ ଇଚ୍ଛାଶକ୍ତିର ପ୍ରଦର୍ଶନ କରିବାକୁ ହେବ । ଆତଙ୍କୀ ଆକ୍ରମଣ ପରେ ଏକ ସ୍ବରରେ କହୁଛି ସାରା ଦେଶ । ଭାରତୀୟଙ୍କ ଭିତରେ ଥିବା ଆକ୍ରୋଶ ସାରା ବିଶ୍ବରେ ବି ଅଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!