୧୬ଟି ପାକିସ୍ତାନି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କଲେ ଭାରତ ସରକାର

ନୂଆଦିଲ୍ଲୀ,୨୮।୪: ପାକିସ୍ତାନ ଉପରେ ଭାରତର ଆଉ ଏକ ବଡ଼ ପଦକ୍ଷେପ। ଭାରତରେ ଥିବା ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛି ଭାରତ। ୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛି ଭାରତ ସରକାର।ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତର ବଡ଼ ପଦକ୍ଷେପ। ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲ ଭାରତରେ ବନ୍ଦ। ପାଖାପାଖି ୧୬ଟି ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛନ୍ତି ଭାରତ ସରକାର।ପୂର୍ବରୁ ପାକିସ୍ତାନ ସୋସିଆଲ ହ୍ୟାଣ୍ଡଲ ‘x’ ଭାରତରେ ବନ୍ଦ କରିଥିଲେ କେନ୍ଦ୍ର ସରକାର। ଏହାସହ ସିନ୍ଧୁ ନଦୀ ପାଣି ବନ୍ଦ କରିବା ପରେ ଏବେ ପୁଣିଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ।ଭାରତରେ ପାକିସ୍ତାନ୍ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କରିଦିଆଯାଇଛି। ପହଲଗାମ୍ ଅତଙ୍କୀ ଅକ୍ରମଣ ପରେ ଏହା ଦ୍ୱିତୀୟ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି। ପାକିସ୍ତାନର ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ।ଏବେ ପାକିସ୍ତାନ ବିରୋଧରେ ଗୋଟାଏ ପରେ ଗୋଟାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଭାରତ ସରକାର। ଏବେ ସରକାର ସୋଏବ ଅଖତରଙ୍କ ସମେତ ୧୬ ଜଣକ ୟୁଟ୍ୟୁବରଙ୍କର ଚ୍ୟାନେଲ୍‌କୁ ଭାରତରେ ବ୍ୟାନ୍ କରିଛନ୍ତି।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନାମୂଳକ ଏବଂ ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ପ୍ରସାରଣ ପାଇଁ ଭାରତରେ ମୋଟ ୬୩ ମିଲିୟନ୍‌ ସବସ୍କ୍ରାଇବର୍ ସହିତ ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରାଯାଇଛି।କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିସରେ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ନିଷିଦ୍ଧ କରାଯାଇଛି। ଆଉ ସେହିସବୁ ଚ୍ୟାନେଲ ଭିତରେ ରହିଛି ଡନ୍, ସମା ଟିଭି, ଏଆରୱାଇ ନ୍ୟୁଜ୍, ବୋଲ୍ ନ୍ୟୁଜ୍, ରଫତାର, ଜିଓ ନ୍ୟୁଜ୍ ଏବଂ ସୁନୋ ନ୍ୟୁଜ୍ ଭଳି ନ୍ୟୁଜ୍ ଚ୍ୟାନେଲ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!