ପହଲଗାମ୍ ହମଲାକୁ ନେଇ ଆଜି ବସିବ ଜାମୁ ଓ କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ, ୨୮ା୪  : ପହଲଗାମ ଆକ୍ରମଣ ଘଟଣା।  ପହଲଗାମ୍ ହମଲାକୁ ନେଇ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇପାରେ ବୋଲି ସୂଚନା ମିଳିଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ରାଜନାଥ ସିଂ।ଆଜି ବସିବ ଜାମୁ ଓ କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ। ଏନେଇ ବିଜ୍ଞପ୍ତି ଜାରି କରିଥିଲେ ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା। ଜାମୁରେ ବସିବାକୁ ଥିବା ଅଧିବେଶନରେ ପହଲଗାମ ଆକ୍ରମଣ ପ୍ରସଙ୍ଗ ଆଲୋଚନା କରାଯିବ। ଅଧିବେଶନରେ ଆତଙ୍କବାଦକୁ ବିରୋଧ କରି ପ୍ରସ୍ତାବ ଗ୍ରହଣ କରାଯିବା ସମ୍ଭାବନା ରହିଛି। ଏହା ସହ ଗୃହରେ ବିଭିନ୍ନ ଦଳର ନେତାମାନେ ଆତଙ୍କବାଦ ହମଲା ପ୍ରସଙ୍ଗରେ ଆଲୋଚନା କରିବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ସେଥିପାଇଁ ବୈଠକର ପ୍ରସ୍ତୁତି ଚାଲିଛି। ଅନୁମାନ କରାଯାଉଛି ପାକିସ୍ତାନ ଉପରେ ପୁଣି ଥରେ ବଡ଼ ଧରଣର ହମଲା କରିବା ପାଇଁ ପ୍ରସ୍ତୁତ ହେଉଛି ଭାରତ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!