ଫ୍ରାନ୍ସରୁ ଆସିବ ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ

ନୂଆଦିଲ୍ଲୀ,୨୮।୪: ବାୟୁସେନା ପରେ ନୌସେନାକୁ ମିଳିବ ରାଫେଲ୍ ବଳ।  ୨୬ଟି ରାଫେଲ-ମରିନ୍ ଲଢ଼ୁଆ ବିମାନ କିଣିବା ପାଇଁ ଆଜି ଫ୍ରାନ୍ସ ସହ ୬୩ ହଜାର କୋଟି ଟଙ୍କାର ମେଗା ଡିଲ୍ କରିବ ଭାରତ। ୨୨ଟି ସିଙ୍ଗିଲ୍ ସିଟର୍ ଓ ୪ଟି ଟ୍ୱିନ୍ ସିଟର୍   ଜେଟ୍ ଫ୍ରାନ୍ସ ଠାରୁ କିଣିବ ଭାରତ। ପ୍ରତିରକ୍ଷା ମନ୍ତ୍ରାଳୟ ଅଧିକାରୀ ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତ ଏହି ଚୁକ୍ତି ସ୍ୱାକ୍ଷର କରିବେ। ଭାରତର ପ୍ରତିଧିନିତ୍ୱ ସମ୍ଭବତଃ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ କରିପାରନ୍ତି।ଆଜି ନୌସେନା ପାଇଁ ରାଫେଲ୍କୁ ଫ୍ରାନ୍ସ ସହିତ ଚୁକ୍ତି କରିବ ଭାରତ । ଭାରତ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏହି ଡିଲ ପାଇଁ ଖର୍ଚ୍ଚ ହେବ ୬୩ ହଜାର କୋଟି । ଭାରତୀୟ ନୌସେନା ପାଇଁ ୨୨ ସିଙ୍ଗଲ-ସିଟର ଏବଂ ଚାରିଟି ଟୁଇନ-ସିଟର ବିମାନ କିଣିବ ଭାରତ। ଏହି ଚୁକ୍ତି ଭାରତୀୟ ନୌସେନାର କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହେବ ।ରାଫେଲ ମରିନ ହେଉଛି ଫ୍ରାନ୍ସର ଡାସୋ ଏଭିଏସନ ଦ୍ୱାରା ନିର୍ମିତ ଏକ ଅତ୍ୟାଧୁନିକ ମଲ୍ଟିରୋଲ ଫାଇଟର ଜେଟ । ଯାହା ବିଶେଷ ଭାବେ ନୌସେନାର ବିମାନବାହୀ ଜାହାଜ ଉପରୁ ଅପରେଟ କରିବା ପାଇଁ ଡିଜାଇନ କରାଯାଇଛି । ଯାହା ଭାରତର INS ବିକ୍ରାନ୍ତ ଏବଂ INS ବିକ୍ରମାଦିତ୍ୟ ଜାହାଜରୁ କାର୍ଯ୍ୟ କରିବ ।ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭର୍ଚୁଆଲ୍ ମୋଡରେ ଉପସ୍ଥିତ ରହିପାରନ୍ତି। ଯୁଦ୍ଧପୋତ INS ବିକ୍ରାନ୍ତରେ ମୁତୟନ ପାଇଁ ୨୬ଟି ରାଫେଲ୍ ତୁରନ୍ତ କିଣିବା ଆବଶ୍ୟକତା ଥିବା ବେଳେ, ଚଳିତମାସ ୯ ତାରିଖରେ ପ୍ରତିରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ଏହି ୬୩ ହଜାର କୋଟି ଟଙ୍କାର ଡିଲକୁ ମଞ୍ଜୁରୀ ଦେଇଥିଲା। ଏବେ INS ବିକ୍ରାନ୍ତରେ ମିଗ୍-29K ବିମାନ ମୁତୟନ ଥିବା ବେଳେ, ରକ୍ଷଣାବେକ୍ଷଣ ସମସ୍ୟା ଯୋଗୁ ତାହା ଆଶାନୁରୂପ ପ୍ରଦର୍ଶନ କରିପାରୁନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!