ଆଜି ୩୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର,୨୮ା୪: ଆଜି ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ କାଳବୈଶାଖୀର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିବ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଏବଂ ପବନ ବହିବା ଦ୍ବାରା ଦିନ ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସି ଆସିଛି। ତତଲା ପାଗରେ ପରିବର୍ତ୍ତନ ଆସିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିବା ବେଳେ ଆଜି ତାହା ୩୪ରୁ ୩୬ ଡିଗ୍ରୀକୁ ହ୍ରାସ ପାଇଛି। ଅପରପକ୍ଷରେ ପଶ୍ଚିମାଝଡ଼ ଏବଂ ନିମ୍ନଚାପରେଖା ସକ୍ରିୟ ରହିଥିବାରୁ ମେ ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଏବଂ କିଛି ସ୍ଥାନରେ ଘଣ୍ଟାପ୍ରତି ୫୦ରୁ ୬୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି।ବିଶେଷକରି ୯ଟି ଜିଲ୍ଲାରେ ବର୍ଷା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ଏହାସହ ସ୍ଥଳବିଶେଷରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ବହିପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଉପରୋକ୍ତ ପୂର୍ବାନୁମାନ କରାଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଗଜପତି, ସୁନ୍ଦରଗଡ, ଝାରସୁଗୁଡା, ବରଗଡ ଓ ସମ୍ବଲପୁରରେ କାଳବୈଶାଖୀର ପ୍ରବଳ ପ୍ରକୋପ ଦେଖିବାକୁ ମିଳିବ। ସେଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ସତର୍କ ସୂଚନା ଜାରି କରାଯାଇଛି। ଉପରୋକ୍ତ ୯ ଜିଲ୍ଲା ବ୍ୟତୀତ ବଳକା ୨୧ ଜିଲ୍ଲାରେ କାଳବୈଶାଖୀର ଅପେକ୍ଷାକୃତ କମ୍‌ ପ୍ରଭାବ ଅନୁଭୂତ ହୋଇପାରେ। ଏହି ୨୧ ଜିଲ୍ଲାରେ ଘଣ୍ଟାପ୍ରତି ପବନର ବେଗ ୪୦ରୁ ୫୦କିଲୋମିଟର ପର୍ଯ୍ୟନ୍ତ ଛୁଇଁବାର ସମ୍ଭାବନା ଥିବା ବେଳେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଅପରାହ୍‌ଣ କିମ୍ବା ସନ୍ଧ୍ୟା ସମୟରେ ଏହି କାଳବୈଶାଖୀର ସମ୍ଭାବନା ସର୍ବାଧିକ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!