ଭୁବନେଶ୍ୱର,୨୮।୪: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ । ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଦିଲ୍ଲୀ, କୋଲକାତା, ଚେନ୍ନାଇରେ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ସବୁ ଷ୍ଟେଶନରେ ଫ୍ଳାଗ ମାର୍ଚ କରିବା ସହ ଲୋକଙ୍କୁ ସତର୍କ କରାଯାଉଛି। ଏଭଳି ସ୍ଥିତିରେ ଭୁବନେଶରରେ ରେଳ ଷ୍ଟେଶନରେ ସୋମବାର ଆର୍ପିଏଫ୍ ପକ୍ଷରୁ ଫ୍ଳାଗ ମାର୍ଚ୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି। ଏପରିକି ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି।ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଦିଲ୍ଲୀ, କୋଲକାତା, ଚେନ୍ନାଇରେ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ସବୁ ଷ୍ଟେସନରେ ଫ୍ଳାଗ୍ ମାର୍ଚ କରିବା ସହ ଲୋକଙ୍କୁ ସତର୍କ କରାଯାଉଛି । ଏହି କ୍ରମରେଭୁବନେଶ୍ୱର ଷ୍ଟେସନରେ RPF ପକ୍ଷରୁ ଫ୍ଳାଗ୍ ମାର୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି ।କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସନ୍ଦେହ ଜନକ ଜିନିଷ ଦେଖିବା ମାତ୍ରେ ତୁରନ୍ତ GRP କିମ୍ବା RPF କୁ ସୂଚନା ଦେବା ପାଇଁ ଲୋକଙ୍କୁ କୁହାଯାଉଛି । ସେହିଭଳି କୌଣସି ଲୋକ ସନ୍ଦେହଜନକ କାର୍ଯ୍ୟ କରୁଥିବା ଦେଖିଲେ ତୁରନ୍ତ ଖବର ଦେବା ପାଇଁ RPF ପକ୍ଷରୁ କୁହାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ହାତରେ ମେଟାଲ ଡ଼ିଟେକ୍ଟର ଧରି RPF ତନ୍ନ ତନ୍ନ ଯାଞ୍ଚ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ସମସ୍ତ ଯାତ୍ରୀଙ୍କର ଲଗେଜ୍ ସ୍କାନ୍ କରିବା ସହ ବ୍ୟାଗ୍ ଚେକିଂ ମଧ୍ୟ କରାଯାଉଛି । ଡାକବାଜି ଯନ୍ତ୍ର ଦ୍ଵାରା ସମସ୍ତ ରେଳ ଯାତ୍ରୀଙ୍କୁ ଏହିଭଳି ଆଲର୍ଟ କରାଯାଉଛି। ତେବେ କେବଳ ଭୁବନେଶ୍ୱର ନୁହେଁ ସାରା ଦେଶରେ ଏହିଭଳି ଚେକିଂ ଜାରି ରହିଛି ।ଅପରପକ୍ଷେ ପହଲଗାମ୍ ହମଲାର ଆତଙ୍କବାଦୀ ମାନେ ଏବେ ବି ଜଙ୍ଗଲରେ ଲୁଚି ରହିଥିବା ନେଇ ଖବର ପାଇଛି ଫୋର୍ସ । ଏଭଳି ଖବର ମିଳିବା ପରେ କାଶ୍ମୀରରେ ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ସୁରକ୍ଷାବାହିନୀ । LOC ଆଖପାଖରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |