ପୁଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୮ା୪: ସିନେ ଜଗତ ସହ ଜଡ଼ିତ କିଛି ପ୍ରତିଷ୍ଠିତ କଳାକାରଙ୍କୁ ମିଳିଲା ପଦ୍ମ ପୁରସ୍କାର। ସୋମବାର ରାଷ୍ଟ୍ରପତି ଭବନରେ କଳାକାରମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଳା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯଇଛି। ନନ୍ଦାମୁରୀ ବାଳକୃଷ୍ଣ, ଅଜିତ କୁମାର ଏବଂ ଅରିଜିତ ସିଂହଙ୍କ ଭଳି କଳାକାରମାନଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି।

ସିନେ ଜଗତରୁ ପଦ୍ମ ପୁରସ୍କାର ପାଇଥିବା କଳାକାରମାନେ ହେଲେ-

ଗାୟକ ଅରିଜିତ ସିଂ- ପଦ୍ମଶ୍ରୀ

ଅଭିନେତା ନନ୍ଦାମୁରୀ ବାଲକ୍ରିଷ୍ଣା- ପଦ୍ମ ଭୂଷଣ
ଗାୟକ ପଙ୍କଜ ଉଦାସ (ମରଣୋତ୍ତର) – ପଦ୍ମ ଭୂଷଣ
ଅଭିନେତା ଅଜିତ କୁମାର-ପଦ୍ମ ଭୂଷଣ
ଚଳଚ୍ଚିତ୍ର ନିର୍ମାତା ଶେଖର କାପୁର-ପଦ୍ମ ଭୂଷଣ
ଅଭିନେତା ଅଶୋକ ଲକ୍ଷ୍ମଣ ସରାଫ- ପଦ୍ମଶ୍ରୀ
ଅଭିନୟ ପ୍ରଶିକ୍ଷକ, ଥିଏଟର ନିର୍ଦ୍ଦେଶକ ବ୍ୟାରୀ ଗଡଫ୍ରେ ଜନ୍- ପଦ୍ମ ଶ୍ରୀ
ଗାୟକ ଜସପିନ୍ଦର ନରୁଲା- ପଦ୍ମଶ୍ରୀ
କଣ୍ଠଶିଳ୍ପୀ ଅଶ୍ୱିନୀ ଭୂଦେ ଦେଶପାଣ୍ଡେ-ପଦ୍ମଶ୍ରୀ
ସଂଗୀତ ରଚନା ରିକି ଗ୍ୟାନ କେଜ-ପଦ୍ମ ଶ୍ରୀ
ଲୋକ ଗାୟକ ଭେରୁ ସିଂ ଚୌହାନ-ପଦ୍ମ ଶ୍ରୀ
ଭଜନ ଗାୟକ ହରିନ୍ଦର ସିଂ ଶ୍ରୀନଗର ୱାଲେ-ପଦ୍ମଶ୍ରୀ
ଲୋକ ସଂଗୀତଜ୍ଞ ଜୋୟନାଚରଣ ବଟାରୀ-ପଦ୍ମଶ୍ରୀ
ଶାସ୍ତ୍ରୀୟ ସଂଗୀତ ଗାୟକ କେ ଓମାନକୁଟ୍ଟି ଆମ୍ମା-ପଦ୍ମଶ୍ରୀ
ଗାୟକ ମହାବୀର ନାୟକ- ପଦ୍ମଶ୍ରୀ
ଅଭିନେତା ମମତା ଶଙ୍କର-ପଦ୍ମଶ୍ରୀ
ଅଭିନେତା ଅନନ୍ତ ନାଗ- ପଦ୍ମ ଭୂଷଣ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!