ସେମଳା ପଞ୍ଚାୟତରେ ସି.ଆର.ସି.ସି .ତରଫରୁ ମନିଟରିଂ ଓ କ୍ଷେତ୍ର ପରିଦର୍ଶନ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର) :ପାପଡା ହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ରରେ ସେମଳା ଗ୍ରାମ ପଞ୍ଚାୟତର ଘରକୁ ଘର ସର୍ବେକ୍ଷଣ କାର୍ଯ୍ୟକୁ ତ୍ବରିତ ତ୍ୱରାନ୍ୱିତ ସିଆରସିସି ବାବୁଲାଲ ସାଗର ତରଫରୁ ଘରକୁ ଘର ସର୍ବେକ୍ଷଣ କରୁଥିବା ଶିକ୍ଷକ ର କାର୍ଯ୍ୟକୁ ସଠିକ ରୂପରେଖ ପାଇଁ ମନିଟରିଂ ବ୍ୟବସ୍ଥା ଆଧାରରେ ପାଇକ କତରା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ହୃଷିକେଶ ବିଷୋୟୀ, ଉସି ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପଞ୍ଚାନନ ସାହୁ ଓ ପ୍ରିୟଙ୍କା ବେହେରା , ଜାନୀଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଲିଙ୍ଗରାଜ ସାହୁ, ସେମଳା ଉଚ୍ଚ ବିଦ୍ୟାଳୟର ମନୋଜ ସାହୁ ଙ୍କ ଘରକୁ ଘର ସର୍ବେକ୍ଷଣ ରେ ଶିକ୍ଷକ ଓ ଲୋକ ଙ୍କ ସହ ଆଲୋଚ଼ନା କରିଥିଲେ। ଶିକ୍ଷକ ତରଫରୁ ଫର୍ମାଟ ରେ ତଥ୍ୟ ସଂଗ୍ରହରେ ଲୋକଙ୍କୁ ସହଯୋଗ ପାଇଁ ସି.ଆର.ସି.ସି . ବାବୁଲାଲ ବୁଝାଇଥିଲେ ଓ ଶୂନ ରୁ ୧୮ ବର୍ଷ ପର୍ଯ୍ୟନ୍ତ ପାଠପଢୁଥିବା ବା ପାଠ ଛାଡିଥିବା ଛାତ୍ର ଛାତ୍ରୀ ମାନଙ୍କ ତଥ୍ୟ ପ୍ରଦାନ ପାଇଁ ଅବଗତ କରିଥିଲେ।ଗଣଶିକ୍ଷା ବିଭାଗର ପିଲାଙ୍କୁ ଶତ ପ୍ରତିଶତ ନାମଲେଖା ଓ ତ୍ରପ ଆଉଟ ରୋକିବା ପାଇଁ ବିଦ୍ୟାଳୟରେ ପାଠ ପଢ଼ିବାକୁ ସୁଯୋଗ ଦେବା କାର୍ଯ୍ୟକୁ ଵୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!