ଭୁବନେଶ୍ୱର,୨୯।୪: ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ତାଗିଦ୍ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଯେ, ତାଗିଦ୍ ସତ୍ତ୍ୱେ କିଛି ସ୍ଥାନରେ ଖୋଲା ରହୁଛି ସ୍କୁଲ । ଏ ନେଇ ଗଣଶିକ୍ଷା ବିଭାଗ ଅନୁଧ୍ୟାନ କରୁଛି ।ସେ ଆହୁରି କହିଛନ୍ତି ଯେ, ଅବହେଳା ପରିଲଖିତ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ଖରାକୁ ଦୃଷ୍ଟିରେ ରଖି, ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି । ପିଲାମାନେ ଗ୍ରୀଷ୍ମଛୁଟିରେ ରହି ଘରେ ପାଠ ପଢୁଛନ୍ତି ।ହେଲେ ଏପରି କିଛି ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ରହିଛି, ଯେଉଁମାନେ ସରକାରଙ୍କ ନିୟମକୁ ଅବହେଳା କରି, ବିଦ୍ୟାଳୟ ଖୋଲା ରଖୁଛନ୍ତି । ଏହି ବିଦ୍ୟାଳୟ ଗୁଡ଼ିକୁ ବର୍ତ୍ତମାନ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଗିଦ୍ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |