ଆସନ୍ତାକାଲି ଚାଷୀ ପାଇବେ ସିଏମ୍ କିଷାନ ଟଙ୍କା

ଭୁବନେଶ୍ୱର,, ୨୯।୪: ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ ସିଏମ୍ କିଷାନ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତ୍ୟେକ ଚାଷୀ ୨ହଜାର ଟଙ୍କା ଲେଖାଏଁ ପାଇବେ । ୩୦ ଅପ୍ରେଲ ୨୦୨୫ରେ ପଡ଼ୁଛି ଅକ୍ଷୟ ତୃତୀୟା, ଏହି ସିନ ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ସମୁଦାୟ ୧ ହଜାର କୋଟି ଟଙ୍କା । ଏହି ସିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ମିଳୁଛି ୪ ହଜାର ଟଙ୍କା ।ସମ୍ବଲପୁରରେ ସିଏମ୍ କିଷାନ ଯୋଜନା ଶୁଭାରମ୍ଭ ପାଇଁ ସ୍ବତନ୍ତ୍ର ଉତ୍ସବ ଆରମ୍ଭ ହୋଇଥିଲା। ନୂଆଖାଇ ଅବସରରେ ଶୁଭାରମ୍ଭ ପାଇଁ ସ୍ବତନ୍ତ୍ର ଉତ୍ସବର ଆୟୋଜନ ହୋଇଥିଲା ।ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଭାସୀ ଜରିଆରେ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିପରିଷଦ ସଦସ୍ୟ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉପସ୍ଥିତ ଥିଲେ। ସେପ୍ଟେମ୍ବର 8, 2024ରେ ଏହାର ପ୍ରଥମ କିସ୍ତିରେ ପ୍ରାୟ ୪୬ ଲକ୍ଷ ଚାଷୀଙ୍କ ଖାତାକୁ ୯୨୫ କୋଟି ଟଙ୍କା ପଠାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!