ଢେଙ୍କାନାଳ,୨୯ା୪: ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ । ୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ଢେଙ୍କାନାଳ ମହାବୀର ବଜାରସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢାଉ ଜାରି ରହିଛି ।ଢେଙ୍କାନାଳର ଆବକାରୀ ଅଧୀକ୍ଷକ କୃଷ୍ଣା ନାୟକଙ୍କ ଅବୈଧ ଅର୍ଥ ସମ୍ପର୍କରେ ପୂର୍ବ ସୂଚନା ଆଧାରରେ, ଭିଜିଲାନ୍ସର ଏକ ଦଳ ମଙ୍ଗଳବାର ଦିନ ତାଙ୍କୁ ଦେଉଳସାହି ରୋଡ଼ରେ ଏକ ଏସୟୁଭିରେ ଯାତ୍ରା କରୁଥିବା ବେଳେ ଅଟକାଇଥିଲା।ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି । ଜଗତପୁରସ୍ଥିତ ଘର, ଚୌଦ୍ବାର ସ୍ଥିତ ପୈତୃକ ଘର, ଖୋର୍ଦ୍ଧା, ମହାବୀର ବଜାରସ୍ଥିତ ସରକାରୀ ବାସଭବନ, ମହିଷାପାଟସ୍ଥିତ ଏକ୍ସାଇଜ ଅଫିସରେ ମଧ୍ୟ ଚଢାଉ ଜାରି ରହିଛି ।ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |