କେନ୍ଦ୍ରାପଡ଼ା,୧।୫: ଆଜିଠାରୁ ଭିତରକନିକା ବନ୍ଦ । ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରାପଡ଼ାର ଭିତରକନିକା ବନ୍ଦ ରହିବ।୩ ମାସ ଧରି ଭିତରକନିକା ବନ୍ଦ ନେଇ ସୂଚନା ଦେଲା ବନ ବିଭାଗ ।ବର୍ତ୍ତମାନ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ସମୟ; ସେ ଦୃଷ୍ଟିରୁ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରାଯାଇଛି ।କୁମ୍ଭୀର ଅଣ୍ଡାଦେବା ଲାଗି କୁମ୍ଭୀରମାନେ ଉପରମୁହାଁ ହୋଇଥାନ୍ତି । ଯେଉଁକାରଣରୁ ଲୋକଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଛି ।ବନ ବିଭାଗ ପକ୍ଷରୁ ଆଖପାଖ ଲୋକଙ୍କୁ ସତର୍କ କରାଯାଇଛି । ଗାଁ ପାଖରେ କୁମ୍ଭୀର ଦେଖିଲେ ତୁରନ୍ତ ସୂଚନା ଦେବାକୁ ସୂଚନା ଜାରି କରିଛି ବନ ବିଭାଗ ।ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତର କନିକା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |