ଆଜି ରାଜ୍ୟରେ ଛେଚିବ କାଳବୈଶାଖୀ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର,୧।୫: ଆଜି ସାରା ରାଜ୍ୟରେ ଝଡ଼ବର୍ଷା ନେଇ ଆଲର୍ଟ କଳା ଜାତୀୟ ପାଣିପାଗ ବିଭାଗ ।ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ ଅଧିକ ରହିବା ସହ କାଳ ବୈଶାଖୀ ମଦ୍‌ୟ ଜାରି ରହିବ । ରାଜ୍ୟର ୭ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଜାତୀୟ ପାଣିପାଗ ବିଭାଗ ।ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଯାଜପୁରକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି । ସେହିପରି ୨୩ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ସ୍ଥାନେ ସ୍ଥାନେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମଧ୍ୟ ହେବାର ଆଶଙ୍କା ରହିଛି । ଏଥିସହ ୭୦ରୁ ୮୦ କି.ମି. ବେଗରେ ପବନ ବହିବ । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ।ଜାତୀୟ ପାଣିପାଗ ବିଭାଗ ସୂଚନା ମୁତାବକ ଚଳିତ ବର୍ଷ ରାଜ୍ୟରେ କାଳବୈଶାଖୀ ସାଙ୍ଗକୁ ଖରାର ମାତ୍ରା ମଧ୍ୟ ବଢ଼ିବ । ଜୁନ୍ ୧ରୁ କେରଳ ଛୁଇଁବ ମୌସୁମୀ । ଏ ବର୍ଷ ଦେଶରେ ଅଧିକ ମୌସୁମୀ ବର୍ଷା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!