ନୂଆଦିଲ୍ଲୀ, ୧।୫: ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ଦର ୧୫.୫ ଟଙ୍କା କମାଇ ଦିଆଯାଇଛି । ଯାହାଫଳରେ ଏଣିକି ଗ୍ରାହକ କମର୍ସିଆଲ ଗ୍ୟାସକୁ ୧୭୪୭.୫୦ ଟଙ୍କାରେ କିଣିବେ ।ରାଜଧାନୀ ଦିଲ୍ଲୀରେ ୧୭୬୨ ଟଙ୍କାରେ ବିକ୍ରି ହେଉଥିବା କମର୍ସିଆଲ ଗ୍ୟାସ ଏବେ ୧୭୪୭.୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ କୋଲକାତାରେ ସିଲିଣ୍ଡର ଦାମ୍ ୧୭ ଟଙ୍କା କମିଛି ।ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ୮୫୩ ଟଙ୍କାରେ ବିକ୍ରି ହେଉଛି । କୋଲକାତାରେ ଏହାର ଦାମ୍ ରହିଛି ୮୭୯ ଟଙ୍କା । ଦେଶରେ ବର୍ତ୍ତମାନ ସମୟରେ ୩୨.୯ କୋଟି ଏଲପିଜି କନେକ୍ସନ ରହିଛି । ସେଥିମଧ୍ୟରୁ ୧୦.୩୩ କୋଟି ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |