ନୂଆଦିଲ୍ଲୀ ,୦୧।୦୫ :ଆଜିଠୁ ଏଟିଏମ୍ରୁ ଟଙ୍କା ଉଠାଇବା ହେବ ମହଙ୍ଗା । କାରଣ ଆଜିଠୁ ଲାଗୁ ହେଉଛି ନୂଆ ଏଟିଏମ ନିୟମ। ଅନ୍ୟ ବ୍ୟାଙ୍କର ଏଟିଏମରୁ ଧାର୍ଯ୍ୟ ଲିମିଟ ପରେ ଅର୍ଥ ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡ଼ିବ। ପୂର୍ବରୁ ଏଥିପାଇଁ ୧୭ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ତାହା ୧୯ ଟଙ୍କା ହୋଇଯିବ।ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଏଟିଏମ୍ ଇଣ୍ଟରଚେଞ୍ଜ ଫି’ ବୃଦ୍ଧି କରିବାକୁ ଅନୁମତି ଦେଇଛି। ଏଣୁ ଯଦି ଘରୋଇ ବ୍ୟାଙ୍କ ନେଟୱାର୍କ ବାହାରେ ATM ରୁ କୌଣସି ଟଙ୍କା ଉଠାଣ କରାଯାଏ କିମ୍ବା ବାଲାନ୍ସ ଯାଞ୍ଚ କରାଯାଏ, ତେବେ ଏହା ଆପଣଙ୍କୁ ପୂର୍ବ ଅପେକ୍ଷା ସାମାନ୍ୟ ଅଧିକା ମହଙ୍ଗା ପଡ଼ିବ। ପୂର୍ବରୁ ନିଜ ଘରୋଇ ବ୍ୟାଙ୍କର ATM ବଦଳରେ ଅନ୍ୟ ବ୍ୟାଙ୍କର ATMରୁ ଟଙ୍କା ଉଠାଇଲେ ୧୭ ଟଙ୍କା ଦେବାକୁ ପଡୁଥିଲା।ଏବେ ଏହା ୧୯ ଟଙ୍କା ହୋଇଯାଇଛି। ଅନ୍ୟ ବ୍ୟାଙ୍କର ATMରୁ ବାଲାନ୍ସ ଯାଞ୍ଚ କରିବା ପାଇଁ ପୂର୍ବରୁ ୬ ଟଙ୍କା ଦେବାକୁ ପଡୁଥିବା ବେଳେ ଏହାକୁ ଏବେ ୭ ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ଯେତେବେଳେ ଆପଣ ମାଗଣା ଟ୍ରାଞ୍ଜାକ୍ସନ ସୀମା ଅତିକ୍ରମ କରିବେ ସେତେବେଳେ ଅନ୍ୟ ବ୍ୟାଙ୍କର ATMରୁ ଟ୍ରାଞ୍ଜାକ୍ସନ ଫି’ ନିଆଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |