କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ହେବ ଜାତିଭିତ୍ତିକ ଜନଗଣନା

ନୂଆଦିଲ୍ଲୀ,୦୧।୦୫ :ପହଲଗାମ୍‌ ଆକ୍ରମଣ ପରେ   କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।  କେନ୍ଦ୍ର ସରକାର କରିବେ ଜାତିଭିତ୍ତିକ ଜନଗଣନା। ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଜନଗଣନାରେ ଜାତି ଆଧାରରେ ଜନଗଣନା କରାଯିବ। ଜାତିଭିତ୍ତିକ ଜନଗଣନା ପାଇଁ ପୂର୍ବରୁ ବିଜେଡି ସମେତ ଅନ୍ୟ ରାଜନୈତିକ ଦଳ ଦାବି କରି ଆସୁଥିଲେ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଦେଶରେ କେତେ ପ୍ରକାର ଜାତି, ଉପଜାତି ରହିଛନ୍ତି ଏବଂ ସେହି ବର୍ଗଗୁଡ଼ିକର ଜନସଂଖ୍ୟାକୁ ରାଷ୍ଟ୍ରୀୟ ଜନସଂଖ୍ୟାରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ (ସିସିପିଏ) ବୈଠକରେ ଏହା ସ୍ଥିର କରାଯାଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଜାତିଗତ ଜନଗଣନାକୁ ଏକ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରୁଥିବାବେଳେ ଆଗାମୀ ଜନଗଣନା ବେଳେ ଜାତିଗଣନା ପ୍ରକ୍ରିୟାକୁ ସ୍ବଚ୍ଛତାର ସହ କରାଯିବ ବୋଲି କେନ୍ଦ୍ର କହିଛି। ଜାତି ଜନଗଣନା ହେଉଛି ଏକ ସରକାରୀ ପ୍ରକ୍ରିୟା, ଯେଉଁଥିରେ କୌଣସି ଦେଶର ଜନସଂଖ୍ୟାକୁ ତାଙ୍କର ଜାତି, ଉପ-ଜାତି କିମ୍ବା ସମ୍ପ୍ରଦାୟ ଆଧାରରେ  ଭୁକ୍ତ କରି ତଥ୍ୟ ସଂଗ୍ରହ କରାଯାଏ। ଏହା ସାଧାରଣ ଜନଗଣନାର ଏକ ଅଂଶ ହୋଇପାରେ କିମ୍ବା ଏକ ସ୍ୱତନ୍ତ୍ର ଜରିପ ରୂପେ କରାଯାଇପାରେ। ଜାତି ଜନଗଣନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷାଗତ ବିକାଶ ପାଇଁ ନୀତି ନିର୍ମାଣ କରିବା ସହ ସମାଜର ବିଭିନ୍ନ ଜାତି ଗୋଷ୍ଠୀଙ୍କ ଅବସ୍ଥା ଓ ଆବଶ୍ୟକତା ବୁଝିବା। ଭାରତରେ, ଜାତି ଜନଗଣନା ପ୍ରାୟତଃ ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଅନ୍ୟ ପଛୁଆ ବର୍ଗ (OBC) ଏବଂ ଅନ୍ୟ ସମ୍ପ୍ରଦାୟଙ୍କୁ ଚିହ୍ନଟ କରିବା ପାଇଁ କରାଯାଏଗତ ବିଧାନସଭା ଅଧିବେଶନରେ ୪ ଦିନ ଧରି ଏ ସମ୍ପର୍କରେ ଆଲୋଚନା ଦାବି କରିଥିଲା ବିଜେଡି। ବିଧାନସଭା ପରିକ୍ରମା କରିବା ସହ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲା ବିଜେଡି। ଜାତିଭିତ୍ତିକ ଜନଗଣନା ହେଲେ ପ୍ରକୃତରେ କିଏ ପଛୁଆ ବର୍ଗ ଓ କିଏ ଆର୍ଥିକ ଅନଗ୍ରସର ଅଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ପାରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!