ଭୁବନେଶ୍ୱର,,୧।୫ : କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ଟ୍ରେନ୍ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ।ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ ସଂପ୍ରସାରଣ ହେବ ।କଟକ ନେତାଜୀ ବସ୍ ଟର୍ମିନାଲ ଏବଂ ଏସସିବି ମେଡିକାଲ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ସଂପ୍ରସାରଣ ହେବ ବୋଲି ମନ୍ତ୍ରୀ କହିଛନ୍ତି ।’କଟକ ବସ୍ ଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ମେଟ୍ରୋ ପାଇଁ କମିଟି ଗଠନ କରାଯାଇଛି। ବିଭିନ୍ନ ସହର ବୁଲି ଅନୁଧ୍ୟାନ କରୁଛି କମିଟି, ନୂଆ DPR ପ୍ରସ୍ତୁତ କରାଯାଉଛି। କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସହଯୋଗରେ ମେଟ୍ରୋ ପ୍ରକଳ୍ପ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।ଭୁବନେଶ୍ୱର ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରାଟ ରୋଡ୍ ସୋ’ରେ ଯାଇ କଟକ ତ୍ରିଶୁଳିଆ ନିକଟ ରତାଗଡ଼ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପୁର୍ବ ସରକାର କେବଳ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପରିକଳ୍ପନା କରାଯାଇଥିଲା।ହେଲେ ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ ବୋଲି ପାଲଟା ପଅଶ୍ନ କରିଥିଲେ ନଗର ଉନ୍ନୟନ ମନ୍ତ୍ରୀ । କହିଥିଲେ, ଯେହେତୁ ଯାତ୍ରୀମାନେ ମେଟ୍ରୋରେ କଟକ ଯାଏଁ ଯିବେ, ତେଣୁ ପ୍ରକଳ୍ପର ପରିଧି ବୃଦ୍ଧି ଉପରେ ହାଇଲେବଲ କମିଟି ଅନୁଧ୍ୟାନ କରୁଛି। କମିଟିରେ ଟେକ୍ନିକାଲ ଲୋକଙ୍କୁ ମଧ୍ୟ ରଖାଯାଇଛି। ନନ୍ଦନକାନନ ରୋଡ୍ ରେ ତିନି ଥାକିଆ ରାସ୍ତା ନିର୍ମାଣ ସହ ସବା ଉପରେ ମେଟ୍ରୋ ଚାଲିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |