ଭୁବନେଶ୍ବର,୧।୫ : ସବ୍ସିଡି ଟଙ୍କା ରିଲିଜ କରାଇଦେବାକୁ କହି SHG ମହିଳାଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୀରମହାରାଜପୁରର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ।ଭିଜିଲାନ୍ସ ଜାଲରେ ମତ୍ସ୍ୟ ଅଧିକାରୀ। ୩୦ ହଜାର ଲାଞ୍ଚ ନେବାବେଳେ ବୀରମହାରାଜପୁରର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ଧରାପଡ଼ିଛନ୍ତି। ସବ୍ସିଡି ରିଲିଜ୍ କରିବାକୁ SHG ମହିଳାଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଛନ୍ତି।ସବସିଡି ରିଲିଜ କରିବାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କଠାରୁ ନେଉଥିଲେ ଲାଞ୍ଚ । ପ୍ରଥମେ ୪୫ ହଜାର ଟଙ୍କା ଦେବାକୁ ଦାବି କରିଥିଲେ ମତ୍ସ୍ୟ ଅଧିକାରୀ । ତେବେ ୩୦ ହଜାର ଟଙ୍କା ଦେବାକୁ ଫାଇନାଲ ହୋଇଥିଲା । ଚଢାଉ ବେଳେ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସୋନପୁର ସ୍ଥିତ ଭଡା ଘରୁ ମିଳିଲା ୩ ଲକ୍ଷ ୫୮ ହଜାର ୭୦୦ ଟଙ୍କା । ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ମିଳିଲା ୪୮ ହଜାର ୬୧୦ ଟଙ୍କା । ମୋଟ୍ ୪ ଲକ୍ଷ ୭ ହଜାର ୩୧୦ ଟଙ୍କା ଜବତ କରିଛି ଭିଜିଲାନ୍ସ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |