ଭୁବନେଶ୍ୱର,୧ା୫: ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହୋଇଛି ସ୍ବତନ୍ତ୍ର ପ୍ରୟାସ ‘ସହଯୋଗ’। ଏନେଇ ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ‘ସହଯୋଗ’।ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବା ଲାଗି କାମ କରିବ ‘ସହଯୋଗ’। ପ୍ରାରମ୍ଭିକ ଭାବେ ଏଥିରେ ୮ଟି ବିଭାଗର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ୍କାର୍ଡ, ଆୟୁଷ୍ମାନ କାର୍ଡ, ଭିନ୍ନକ୍ଷମ ପରିଚୟପତ୍ର, ସୁଭଦ୍ରା, ଶ୍ରମ କାର୍ଡ, ମଧୁବାବୁ ପେନସନ, ସୁକନ୍ୟା ସମୃଦ୍ଧି ଭଳି ୧୩ଟି ଯୋଜନାକୁ ସାମିଲ କରାଯାଇଛି। ଆଗାମୀ ଦିନରେ ଏଥିରେ ଆହୁରି ଅନେକ ଯୋଜନା ସାମିଲ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ପ୍ରାରମ୍ଭିକ ଭାବେ ୮ଟି ବିଭାଗର ୧୩ଟି ଯୋଜନା ସାମିଲ କରାଯାଇଛି। ଆବାସ, ରାଶନ କାର୍ଡ, ଆୟୁଷ୍ମାନ ଭଳି ୧୩ ଯୋଜନା ସାମିଲ ହୋଇଛି। ଆଜିଠୁ ୨ ମାସ ଡୋର୍ ଟୁ ଡୋର୍ ବୁଲି ସର୍ଭେ କରିବେ ଫ୍ରଣ୍ଟଲାଇନ ଓ୍ବାର୍କର। ତେବେ ପ୍ରଥମ ପର୍ଯ୍ୟାୟରେ ୮ ଜିଲାର ୪୪ ପୌରାଞ୍ଚଳରେ କାର୍ଯ୍ୟକାରୀ ହେବ। ଖୋର୍ଦ୍ଧା, କଟକ, ଭଦ୍ରକ, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜରେ ଏହି ଯୋଜନା କାର୍ଯ୍ୟକାରୀ ହେବ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |