ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ ,୦୨/୦୫: ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ଏନସିଆରରେ ବର୍ଷା ସହ ପବନ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଛି । କିଛି ଅଞ୍ଚଳରେ କୁଆପଥର ବର୍ଷା ମଧ୍ୟ ହୋଇଛି । ହେଲେ ବର୍ଷା ହେତୁ ସ୍ଥିତି ଏମିତି ହୋଇଛି କି, ଲୋକେ ଅଫିସ ଯିବାକୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହା ସହିତ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ସକାଳୁ କିଛି ଘଣ୍ଟାର ଲଗାଣ ବର୍ଷା ସହ ଝଡ଼ ପବନ ଯୋଗୁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟରେ ଗାଡ଼ିମୋଟର ଅଟକି ରହିବା ସହ ରାସ୍ତା ଉପରେ ଲହଡି ମାରୁଛି ପାଣି। ପାଗ ଯୋଗୁଁ, ୪୦ ରୁ ଅଧିକ ବିମାନକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରାୟ ୧୦୦ ବିମାନ ବିଳମ୍ବ ନେଇ ଘୋଷଣା ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ରାଜଧାନୀ ଦିଲ୍ଲୀ ପାଇଁ ରେଡ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ୭୦-୮୦ କିଲୋମିଟର ବେଗରେ ପ୍ରବଳ ପବନ ସହିତ ପ୍ରବଳ ବର୍ଷା ଏବଂ ପ୍ରବଳ ଝଡ଼ବର୍ଷାର ସମ୍ଭାବନା ରହିଛି।  ୪୦ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଥିବା ବେଳେ ୧୦୦ରୁ ଅଧିକ ବିମାନର ଚଳାଚଳରେ ବିଳମ୍ବ ହୋଇଛି। ଲଗାଣ ବର୍ଷା ଫଳରେ ଅନେକ ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶିଯାଇଛି। ଫଳରେ ଘରେ ଭିତରେ ଆସବାବପତ୍ର ଭାଶୁଛି।  ଦିଲ୍ଲୀ-ଏନ୍‌ସିଆର୍‌ର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି। ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଦିଲ୍ଲୀ ପାଇଁ ଆଜି ରେଡ୍ ଆଲର୍ଟ ଜାରି କରାଯାଇଛି। ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ସହ ୭୦ରୁ ୮୦ କିମି ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!