ପ୍ରକାଶ ପାଇଲା Matric Result

ଭୁବନେଶ୍ୱର,୨।୫:ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳ । ମାଧ୍ୟମିକ ବୋର୍ଡ ଅଫିସରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇଛି । ବୋର୍ଡ ଅଫିସରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ । ତେବେ ଆଜି ସନ୍ଧ୍ୟା ୬ଟା ପରେ ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ । ବୋର୍ଡର ଅଫିସିଆଲ ୱେବସାଇଟ୍‌  www.bseodisha.ac.in ଏବଂ www.orissaresults.nic.in ରେ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ନିଜ ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ପରୀକ୍ଷାର୍ଥୀ ରେଜଲ୍ଟ ଯାଞ୍ଚ କରିପାରିବେ । ଏହାଛଡା SMS ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀ ସେମାନଙ୍କ ଫଳ ଦେଖିପାରିବେ ।ଚଳିତ ବର୍ଷ ପାସ୍‌ହାର ରହିଛି ୯୪.୯୩% । ୫ ଲକ୍ଷ ୨ ହଜାର ୪୧୭ ଜଣ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା । ଏଥିରୁ ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରଛାତ୍ରୀ ।A1-୧୮୧୨, A2-୧୨,୨୦୦, B1-୩୮,୮୩୧ ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।ଛାତ୍ରଛାତ୍ରୀ ସେମାନଙ୍କର ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓ୍ବେବ୍‌ସାଇଟ୍‌ରେ ଫଳାଫଳ ଯାଞ୍ଚ କରିପାରିବେ। ଏହା ସହିତ, ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏଥିପାଇଁ ଛାତ୍ରୀଛାତ୍ର ନିର୍ଦ୍ଦିଷ୍ଟ ନମ୍ବରକୁ ମେସେଜ ପଠାଇପାରିବେ, ଯାହାର ବିବରଣୀ ୱେବ୍‌ସାଇଟ୍‌ରେ ପ୍ରକାଶ କରାଯିବ। ଏହି ରେଜଲ୍ଟ ପ୍ରକାଶ ପରେ ଯେଉଁ ଛାତ୍ରୀଛାତ୍ର ଫଳାଫଳ ନେଇ ଅସନ୍ତୁଷ୍ଟ ହେବେ, ସେମାନେ ପୁନଃମୂଲ୍ୟାୟନ କିମ୍ବା ପୁନଃଯାଞ୍ଚ ପାଇଁ ଆବେଦନ କରିପାରିବେ, ଯାହାର ବିବରଣୀ ବୋର୍ଡ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!