ନୂଆଦିଲ୍ଲୀ,୨।୫: ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର। କେଦାରନାଥ ବାବାଙ୍କ ମନ୍ଦିରର ମୁଖ୍ୟଫାଟକ ଆଜି ଭକ୍ତଙ୍କ ପାଇଁ ଖୋଲା ଯାଇଛି। ୧୩ କ୍ଵିଣ୍ଟାଲ ଫୁଲରେ ଝଲସୁଛି ପୁରା ମନ୍ଦିର। ଆଜି ସକାଳ ୭ଟାରେ ରୀତି ନୀତି ସହ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା। ଏହି ସମୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଉପସ୍ଥିତ ରହିଥିଲେ। ପୁରୋହିତଙ୍କ ଦ୍ଵାରା ବୈଦିକ ସ୍ତୁତିଗାନ ଏବଂ ଭକ୍ତଙ୍କ ଜୟ ଧ୍ବନୀ ମଧ୍ୟରେ ଦ୍ଵାରା ଖୋଲାଯାଇଥିଲା। ବାବାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି। ସେପଟେ ଚାରିଧାମ ଯାତ୍ରା ପାଇଁ ଭକ୍ତଙ୍କ ଲାଗି ପୋର୍ଟାଲ ବି ଖୋଲାଯାଇଛି। ସେହିପରି ଆସନ୍ତା ୪ ତାରିଖରେ ବଦ୍ରିନାଥ ଧାମ ଖୋଲିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |