ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨।୫: :- ଡାବୁଗାଁ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ କାଟ ତାହା ପୁଣି ବିନା ସୂଚନାରେ ଘଣ୍ଟା ଘଣ୍ଟା ଧରି ହେଉ ଥିବାରୁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଜୁଳି ଦେୟ ବାକି ବା ଯେକୌଣସି ଧରଣର ଅନି ନିୟମିତତା ପାଇଁ କର୍ତ୍ତୃପକ୍ଷ ମୋଟା ଅଙ୍କର ଜରିମାନା ଏବଂ ତୁରନ୍ତ ବିଚ୍ଛିନ୍ନ କରି ଦେଉ ଥିବା ବେଳେ ଉପଭୋକ୍ତା ମାନଙ୍କ ଙ୍କ ସୁବିଧା ସୁଯୋଗ ପ୍ରତି ଘୋର ଅବହେଳା କରୁଛନ୍ତି। ବିଶେଷ କରି ଗ୍ରୀଷ୍ମ ପ୍ରବାହ ସମୟରେ ବିନା ସୂଚନାରେ ସାମୟିକ ପବନ ଏବଂ ବର୍ଷାରେ ବିଜୁଳି କଟ୍ କରିଦେଉଛନ୍ତି। ତେବେ ଏ ସଂକ୍ରାନ୍ତରେ ଡାବୁଗାଁ ବିଦ୍ୟୁତ ବିଭାଗ ସମେତ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବିଭିନ୍ନ ମହଲ ପକ୍ଷରୁ ଅଭିଯୋଗ କରାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସୂଚନା ମିଳୁଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ ଡାବୁଗାଁ ବିଦ୍ୟୁତ୍ ବିଭାଗର ମୁଖ୍ୟ କାର୍ଯ୍ୟ ନିର୍ବାହୀଙ୍କ ସହ ଯୋଜାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |