ପୁରୀ,୪ା୫:ପୃଥିବୀରେ ଶ୍ରୀମନ୍ଦିର ବ୍ୟତୀତ ସାରା କେଉଁଠି ବି ବ୍ରହ୍ମ ସଂସ୍ଥାପନର ବିଧି ନାହିଁ । ବିଶ୍ବର ଅନେକ ସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି । ହେଲେ ସବୁ ପରମ୍ପରା ଅନୁସାରେ ହେଉ ।ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କହିବା ଉଚିତ ନୁହେଁ । କେବଳ ଦୀଘା ନୁହେଁ, ଶ୍ରୀକ୍ଷେତ୍ରକୁ ଛାଡ଼ି ଅନ୍ୟ କେଉଁ ସ୍ଥାନକୁ ଜଗନ୍ନାଥ ଧାମ କହିହେବନି । ଦୀଘାରେ ଜଗନ୍ନାଥ ଧାମ ଓ ଦିଅଁ ବିବାଦ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଏଭଳି କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ।ଜଗୁନି କହିଛନ୍ତି, ମହାପ୍ରଭୁଙ୍କର ବିକଳ୍ପ ନାହିଁ । ଶ୍ରୀମନ୍ଦିର ବ୍ୟତୀତ ସାରା ପୃଥିବୀରେ କେଉଁଠି ବି ବ୍ରହ୍ମ ସଂସ୍ଥାପନର ବିଧି ନାହିଁ । ବିଶ୍ବର ଅନେକ ସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି । ହେଲେ ସବୁ ପରମ୍ପରା ଅନୁସାରେ ହେଉ । ନବକଳେବର ଦାରୁରେ ଦୀଘା ଦିଅଁ ଗଢା ହୋଇଥିବା ଚର୍ଚ୍ଚା ପ୍ରସଙ୍ଗରେ ଜଗୁନି କହିଛନ୍ତି, ନବକଳେବର କାଠ ଟୁକୁଡ଼ା ଟୁକୁଡ଼ା ହୋଇ ବଳିଥାଏ । ତାହା ଆବଶ୍ୟକ ବେଳେ ଠାକୁରଙ୍କ କାମରେ ଲାଗେ ।ଅନ୍ୟପଟେ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ନ ଦେବା ପ୍ରସଙ୍ଗରେ ଜଗୁନି କହିଛନ୍ତି, ସେଠାକୁ ଯିବାକୁ ମୁଁ ଆଗ୍ରହୀ ନଥିଲି । ଇଚ୍ଛା ହେଲାନି ବୋଲି ଦୀଘା ଯାଇନଥିଲି ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |