୨ ଡ୍ରାଇଭରଙ୍କୁ ଚାପି ଦେଲା ଟ୍ରକ

ପାରାଦୀପ.୪ା୫: ପାରାଦୀପରେ ବଡ଼ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଘଟିଛି ବଡ଼ ଧରଣର ଦୁର୍ଘଟଣା । ଏ ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଚନ୍ଦନ ଜେନା ଓ ରତ୍ନାକର ସ୍ବାଇଁ । ଏକ ଡାଲା ବଡି ଟ୍ରକ ଦ୍ରୂତ ଗତିରେ ଆସି ବ୍ରେକଡାଉନ ହୋଇଥିବା ଏକ IPT ଡମ୍ପରକୁ ଜୋରରେ ଧକ୍କା ଦେବା ଫଳରେ ଡମ୍ପରଟି ଓଲଟି ପଡ଼ିଥିଲା। ସେଥିରେ ଥିବା ଦୁଇ ଜଣ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି|ଗତକାଲି ବିଳମ୍ବିତ ରାତିରେ ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଏକ ଡାଲା ବଡି ଟ୍ରକ ଦ୍ରୂତ ଗତିରେ ଆସି ବ୍ରେକଡାଉନ ହୋଇଥିବା ଏକ ଆଇପିଟି ଡମ୍ଫରକୁ ଜୋରରେ ଧକ୍କା ଦେବା ଫଳରେ ଡମ୍ପରଟି ଓଲଟି ପଡ଼ିଥିଲା। ସେଥିରେ ଥିବା ଦୁଇ ଜଣ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଚନ୍ଦନ ଜେନା ଓ ରତ୍ନାକର ସ୍ବାଇଁ ।ଡମ୍ଫର ଖରାପ ହୋଇଥିବାରୁ ଏହାର ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରକୁ ଡାକି ଇଞ୍ଜିନ ସଜାଡୁଥିଲେ । ଏତିକି ବେଳେ ଡାଲାବଡି ଟ୍ରକଟି ଆସି ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ଡମ୍ଫରର କ୍ୟାବିନ ଗାଡିରୁ ଅଲଗା ହୋଇ ଓଲଟି ପଡିଥିଲା ଏବଂ ଏହା ମଧ୍ୟରେ ଥିବା ଦୁଇ ଜଣ ଯାକ ଡ୍ରାଇଭର ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ IPT ଡମ୍ପର ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୋର୍ଟ ଦୁଇ ନମ୍ବର ଓ ତିନି ନମ୍ବର ଫାଟକ ନିକଟରେ ବିକ୍ଷୋଭ କରୁଛନ୍ତି । ଫଳରେ ପୋର୍ଟ ମଧ୍ୟରେ ପଣ୍ୟ ପରିବହନ ଠପ୍ ହୋଇଯାଇଥିବା ଖବର ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!