ନବରଙ୍ଗପୁର(ମିହିର ଶଙ୍କର ପାତ୍ର,),୪ା୫:ପାପଡାହାଣ୍ଡି ବ୍ଲକ ସମ୍ମିଳନୀ କକ୍ଷ ରେ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ | ଏହି କାର୍ଯ୍ୟକ୍ରମ କୁ ନବରଙ୍ଗପୁର ଜିଲ୍ଲା ଡି.ସି.ପି.ୟୁ . ପ୍ରଭାସିନୀ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ | ସମ୍ମାନୀୟ ଅତିଥିଭାବେ ବି.ଇ.ଓ. ସୌମେନ୍ଦ୍ର ଭୌମିକ , ଏ.ବି.ଇ.ଓ. ବାଳକ ଦାସ ରନ୍ଧାରୀ , ବି.ପି.ଏମ. ସୁଧାଂଶୁ ବିଶ୍ୱାଳ ଯୋଗ ଦେଇଥିଲେ, ଏହି କାର୍ଯ୍ୟକ୍ରମ ରେ ପାପଡାହାଣ୍ଡି ବ୍ଲକ ର ସମସ୍ତ ସି.ଆର.ସି.ସି., ଓ ପ୍ରଧାନ ଶିକ୍ଷକ ଏବଂ ଲୋକପ୍ରତିନିଧି ସରପଞ୍ଚ ସମୁହ ଯୋଗ ଦେଇଥିଲେ | ଏହି ସଭାର ମୁଖ୍ୟ ଲକ୍ଷ୍ୟ କିପରି ପିଲାମାନେ ଅଧାରୁ ପାଠ ଛାଡ଼ିବେନି ., ଶିଶୁ ଚାଲାଣ , ଶିଶୁ ଶ୍ରମିକ ଉପରେ ଆମେ ପଂଚାୟତ ଏବଂ ବ୍ଲକ ର ମିଳିତ ଆୟୋଗରେ କିପରି ସମାଧାନ କରି ପାରିବା ଓ ପଂଚାୟତ ରେ ଗ୍ରାମ ସଭାରେ କିପରି ଶିଶୁ ମାନଙ୍କର ଉନ୍ନତି ପାଇଁ ପଦକ୍ଷେପ ଦେବା . । ସରକାରଙ୍କ ଯୋଜନାରେ କିପରି ଶିଶୁମାନଙ୍କୁ ଯୋଜନାରେ ସାମିଲ କରି ପାରିବା ସେ ବିଷୟରେ ଆଲୋଚନା ହୋଇଥିଲା।ସରପଞ୍ଚ ଚନ୍ଦ୍ର ଧ୍ଵଜ ମାଝୀ ଆଜି ଦିବସର ଆଭିମୁଖ୍ୟ ବାବଦରେ ମତ ପୋଷଣ କରିଥିଲେ ସି.ଆର.ସି.ସି ବାବୁଲାଲ ସାଗର -ବାଲ୍ୟ ବିବାହ,ଶିଶୁ ଶ୍ରମିକ,ଦାଦନ ରୋକିବା, ଡ୍ରପ ଆଉଟ ଦୂର ବିଷୟରେ ବୁଝାଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |